Home ଓଡ଼ିଶା ମହମବତୀ ଓ ଦୀପ ଜଳାଇ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲାଣୀବାସୀ

ମହମବତୀ ଓ ଦୀପ ଜଳାଇ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲାଣୀବାସୀ

273

ବଡ଼ବିଲ ,ତା ୦୭ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣୀର ନାଗରିକ ସୁରକ୍ଷା ମଞ୍ଚ ଓ ବଜରଙ୍ଗ ଦଳର ନେତୃତ୍ୱରେ ଜୟ ମାଲକ୍ଷ୍ମୀ, ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ବଲାଣୀର ଅଧିବାସୀମାନେ ଶହିଦ ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜାମ୍ମୁ କାଶ୍ମୀରର କୂପୱାଡା ଜିଲ୍ଲାର ହନ୍ଦୱାଡାରେ ଆଣ୍ଟି ଟେରର ଅପରେଶନ ସମୟରେ ଶହିଦ ହୋଇଥିବା ଭାରତୀୟ ସେନାର କର୍ଣ୍ଣେଲ ଆଶୁତୋଷ ଶର୍ମା ଓ ବୀର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣରେ ଶହିଦ ହୋଇଥିବା ସାହସୀ ସୈନିକ ସୁରକ୍ଷା କର୍ମି ବୀରତ୍ବ ଏବଂ ତ୍ୟାଗକୁ ସର୍ବଦା ସ୍ମରଣୀୟ ରହିବ । ମହାମାରୀ କରୋନା ସାରା ବିଶ୍ୱରେ ଏହାର ପ୍ରଭାବ ପଡିଥିବା ବେଳେ ଏହି ଭଳି ଘଟଣା ଦେଶବାସୀଙ୍କୁ ବହୁ କଷ୍ଟ ଦେଇଛି । ଶହିଦ ବୀର ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ବଲାଣୀର ଲୋକମାନେ ନିଜ ନିଜ ଘରେ ରହି ମହମବତୀ ଓ ଦୀପ ଜଳାଇଛନ୍ତି । ଏଥିସହ ସେହି ଅମର ଆତ୍ମାମାନଙ୍କ ସଦଗତି ଓ ଶାନ୍ତି ପାଇଁ ଦୁଇ ମିନିଟ ମୌନ ରଖି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବଜରଙ୍ଗ ଦଳର ବଲାଣୀ ପ୍ରଭାରୀ ସୌମ୍ୟ ପ୍ରକାଶ ସିଂହ ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.