Home Coronavirus Outbreak ଏକା ଥରକେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫

ଏକା ଥରକେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫

601

ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) : ରାଜ୍ୟରେ ଏକା ଥରକେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ ଜଣ ଗଞ୍ଜାମ ଜିଲ୍ଲାରୁ ଏବଂ ୩ ମୟୁରଭଞ୍ଜ ଜିଲ୍ଲାରୁ ବୋଲି ଜଣାପଡିଛି। ତେବେ ମୋଟ ସଂଖ୍ୟା ୨୦୫ ହୋଇଛି। ଗତକାଲି ଗଞ୍ଜାମ ଜିଲାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ନୂଆ ୧୭ ଜଣ ଆକ୍ରାନ୍ତଙ୍କୁ ମିଶାଇବା ପରେ ଏଠାରେ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥି ସହିତ ପ୍ରଥମ ଥର ପାଇଁ ଆଜି ମୟୁରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ ଗଞ୍ଜାମରୁ ୧୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ବାକି ସମସ୍ତେ ପୁରୁଷ, ବୟସ: ୨୭, ୨୭, ୨୦, ୩୮, ୨୩, ୨୯, ୫୦, ୩୦, ୨୯, ୨୧, ୪୩, ୪୩, ୩୯, ୪୬, ୧୮, ୨୪ ବୟସର ଥିବା ବେଳେ ଜଣେ ମହିଳା, ୨୦ ବର୍ଷ ବୋଲି ଜଣା ପଡ଼ିଛି ସେହିପରି ମୟୂରଭଞ୍ଜରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନେ ସମସ୍ତେ ପୁରୁଷ ଏବଂ ଏମାନଙ୍କ ବୟସ ଯତାକ୍ରମେ ୨୧, ୩୬ ଏବଂ ୪୪ ବୋଲି ଜଣା ପଡ଼ିଛି। ଏମାନେ ସୁରଟ ଫେରନ୍ତା

ତେବେ ବର୍ତ୍ତମାନ ରାଜ୍ୟର ୧୮ଟି ଜିଲା କରୋନା ସଂକ୍ରମିତ ହୋଇଛି।

ଯାଜପୁର ଜିଲାରେ ୫୫ ଜଣ, ଖୋର୍ଦ୍ଧା ଜିଲାରେ ୪୭ ଜଣ, ବାଲେଶ୍ୱର ଜିଲାରେ ୨୫ ଜଣ, ଭଦ୍ରକ ରେ ୨୧ ଜଣ ଗଞ୍ଜାମ ଜିଲାରେ ୨୧ ଜଣ, ସୁନ୍ଦରଗଡ଼ ଜିଲାରେ ୧୨ ଜଣ, କେନ୍ଦ୍ରାପଡ଼ା ୩ ଜଣ ମୟୁରଭଂଜ ଜିଲାରେ ୩ ଜଣ, କଳାହାଣ୍ଡି ୨ଜଣ, ବଲାଙ୍ଗୀର ୨ଜଣ, ଝାରସୁଗୁଡ଼ା ୨ଜଣ, କେନ୍ଦୁଝର ୨ଜଣ, କଟକ ଜିଲାରେ ୨ ଜଣ, ଢେଙ୍କାନାଳ ୧, ପୁରୀ, ୧ କୋରାପୁଟ ୧ ଏବଂ ଦେବଗଡ଼ ଜିଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୪୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି। ୧୪୨ ଜଣ ସକ୍ରିୟ ରୋାଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.