Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ଛାତ୍ରୀକୁ ମୋବାଇଲ ଫୋନ ପ୍ରଦାନ

ଭିନ୍ନକ୍ଷମ ଛାତ୍ରୀକୁ ମୋବାଇଲ ଫୋନ ପ୍ରଦାନ

91

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ସ୍ଥାନୀୟ କୁସୁନନଗର ସ୍ଥିତ କମଳା କିଶୋରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ଭୁବନେଶ୍ୱରସ୍ଥ ‘ଉପଭୋକ୍ତା ସଚେତନତା ଓ ସୁରକ୍ଷା ସମାଜ’ ତରଫରୁ ପ୍ରଦାନ କରାଯାଇଥିବା କଭରଯୁକ୍ତ ମୋବାଇଲ ଫୋନ୍ ଭିନ୍ନକ୍ଷମ ଛାତ୍ରୀ ତପସ୍ୱିନୀ ଭଞ୍ଜଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ସଂସ୍ଥାଟି ଓ.ଟି.ଭି ଦ୍ୱାରା ପ୍ରସାରିତ “ଆପଣ ଏକା ନୁହଁନ୍ତି” କାର୍ଯ୍ୟକ୍ରମରୁ ଖବର ପାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକାଦଶ ଶ୍ରେଣୀରେ ଅଧ୍ୟୟନରତା ପୋଲିଓ ରୋଗାକ୍ରାନ୍ତ ଶାରୀରିକ ଅକ୍ଷମ ଛାତ୍ରୀ ତପସ୍ୱିନୀ ଭଞ୍ଜଙ୍କୁ ଏହା ପ୍ରଦାନ କରିଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ମୋବାଇଲ ଫୋନ୍ ପ୍ରଦାନକାରୀ ସଂସ୍ଥାକୁ ଧନ୍ୟବାଦ ଦେବା ସହିତ ଉକ୍ତ ଛାତ୍ରୀଙ୍କର ଅଧ୍ୟୟନ ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ ଅନୁଷ୍ଠାନ ତରଫରୁ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.