Home ଜିଲ୍ଲା ପରିକ୍ରମା ଦଳ ଛାଡ଼ି ବିଜେପିରେ ମିଶିଲେ ଶତାଧିକ ଅନ୍ୟଦଳ କର୍ମୀ

ଦଳ ଛାଡ଼ି ବିଜେପିରେ ମିଶିଲେ ଶତାଧିକ ଅନ୍ୟଦଳ କର୍ମୀ

111

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ ଗ୍ରାମ ପଞ୍ଚାୟତର ଶତାଧିକ ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା ସେମାନଙ୍କ ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ ମଣ୍ଡଳ ସଭାପତି ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା ଉପସଭାନେତ୍ରୀ ପଙ୍କଜିନୀ ଲେଙ୍କା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରୂପମା ରାଉତ, ବରିଷ୍ଠ ନେତା ପ୍ରଦିପ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ନବାଗତଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ଦଳ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ ମଣ୍ଡଳୀରେ ଏକାକୀ ଲଢିବ ବୋଲି ସୂଚନା ଦେବା ସହିତ ଦଳ ୱାର୍ଡ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରିବାକୁ ନେତୃମଣ୍ଡଳୀ ଆହ୍ୱାନ ଦେଇଥିଲେ। ଏଥି ସହିତ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଶାସକ ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରତିବାଦର ସ୍ୱରକୁ ଶାଣିତ କରିବାକୁ ପରାମର୍ଶ ଦେଇଥିଲେ। ପରେ ଟିଲୋ ପଞ୍ଚାୟତର ବଡସାହି, ମାଳିସାହି, କୁଶବେଣ୍ଟି, ବଉଳସାହି, ଭାରତୀ ମଠ, ଦେବତାଗଡ଼ିଆ, ପୋଡ଼ାପାଟଣା, ଭୁବନେଶ୍ୱରପୁର ଶାସନ, ଧୋବାତଳିଆ, କରଞ୍ଜପଡ଼ା, ମଧୁପୁର ଗ୍ରାମର ଶତାଧିକ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ବିଶ୍ୱାସ ଓ ସ୍ଥାନୀୟ ନେତୃତ୍ୱକୁ ଭରସା କରି ନିଜ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଯୁବ ଆଇନଜୀବୀ ତଥା ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ରମେଶ ମିତ୍ରସ୍ୱାଇଁ, କେଶବ ଜେନା, ଶ୍ରୀକାନ୍ତ ପ୍ରଧାନ, ମହେଶ୍ୱର ବେହେରା, ଧନଞ୍ଜୟ ବେହେରା, ନିରୋଦ ଜେନା, ତରଣୀସେନ ଜେନା, ସନ୍ତୋଷ ଜେନା, ଅର୍ଜୁନ ପଢିଆରୀ, ଜଗବନ୍ଧୁ ଜେନା, ନିରଞ୍ଜନ ସାହୁ ପ୍ରମୁଖ ସେମାନଙ୍କ ସମର୍ଥକମାନଙ୍କ ସହିତ ଦଳରେ ସାମିଲ ହୋଇଥିଲେ। ସ୍ଥାନୀୟ କାର୍ଯ୍ୟକର୍ତ୍ତା ଜୀତେନ ନାଥ, ଯଶୋବନ୍ତ ସାହୁ, ଉମାକାନ୍ତ ଜେନା ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.