Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ

ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ

54

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର ସି.ଆର.ଏସ୍‌.ଆର ଏବଂ ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ମିଳିତ ସହଯୋଗରେ ଭିନ୍ନକ୍ଷମମାନଙ୍କୁ ଆବଶ୍ୟକୀୟ ଉପକରଣ ବଣ୍ଟନ ନିମନ୍ତେ ଏକ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଳାର ବିଭିନ୍ନ ବ୍ଳକ୍‌ରୁ ଆସିଥିବା ୭୪ ଜଣ ଭିନ୍ନକ୍ଷମମାନଙ୍କୁ ଭାରତ ସରକାରଙ୍କ ଏଡିଆଇପି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ଉପକରଣ ଯଥା- ଟ୍ରାଇସାଇକେଲ-୧୪, ଘୂର୍ଣ୍ଣନ ଚୌକି-୦୨, ଶ୍ରବଣଯନ୍ତ୍ର-୧୬, ଧଳାବାଡ଼ି-୦୬, କୃତ୍ରିମ ଅଙ୍ଗ-୧୦, କାଲିପର-୨୫, ଆଶାବାଡ଼ି-୧୩, ୱାକର-୦୪, ଡ଼େଜିପ୍ଲେୟର-୦୩ ଏବଂ ସ୍ମାର୍ଟଫୋନ-୦୫ ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ ରାୟ, ସି.ଆର.ଏସ.ଆର. ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଭଗବାନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସି.ଆର୍‌.ଏସ୍‌.ଆର୍‌. କର୍ମଚାରୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.