Home ଜିଲ୍ଲା ପରିକ୍ରମା ଜିଲ୍ଲପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଜିଲ୍ଲପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ

70

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ବୈତରଣୀ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟାରେ ଭାଙ୍ଗିଥିବା ଘର, ବୁଡି ରହିଥିବା ଚାଷଜମି, ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଚାଉଳ ଓ ଆର୍ôଥକ ସହାୟତାର ବଣ୍ଟନ ତଦାରଖ କରିବା ସହ ଲୋକମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳ ଡ. ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଜିଲ୍ଲା କୃଷି ଅଧିକାରୀ ପ୍ରମୁଖ ଧାମନଗର ବ୍ଳକର କରଦା ପଧାନୀ, ଦଳାଙ୍ଗ ଆଦି ପଞ୍ଚାୟତକୁ ଯାଇଥିଲେ । କରଦା ପଞ୍ଚାୟତର ସୁଜାଣସିଂପୁର, ବାଲିପଡା ଗ୍ରାମକୁ ଯାଇ ଘରଭଙ୍ଗା ସ୍ଥିତି ଅନୁଧ୍ୟାନ କରିଥିଲେ । ପଧାନୀ ଗ୍ରାମକୁ ଯିବା ସଂଗେ ସଂଗେ ଦଳାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ଗ୍ରାମକୁ ଯାଇ ପାଣିରେ ବୁଡିଥିବା ଚାଷ ଜମି ବୁଲି ଦେଖିଥିଲେ । ବରିଷ୍ଠ ଚାଷୀମାନଙ୍କ ସହିତ ଚାଷ ସମ୍ପର୍କରେ ପଚାରି ବୁଝିବା ସହିତ କେତେଜଣ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ବାବଦରେ ପଚାରି ବୁଝିଥିଲେ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ପ୍ରଦାନ କରାଯାଉଥିବା ୫୦ କିଲୋ ଚାଉଳ ଏବଂ ୫ଶହ ଟଙ୍କାର ବଣ୍ଟନ ତଦାରଖ କରିଥିଲେ । ଲୋକମାନେ ସଠିକ୍ ଓଜନର ଚାଉଳ ଏବଂ ସମ୍ପୂର୍ଣ୍ଣ ଅର୍ଥରାଶି ପାଉଛନ୍ତି କି ନାର୍ହିଁ ତାହା ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.