Home ଓଡ଼ିଶା ଭିଡିଓ କନଫରେନ୍ସ ମାଧ୍ୟମରେ ମାଲକାନଗିରି ଜିଲ୍ଲା ଦୌରାଜଜ୍ ନବିନିର୍ମିତ କୋର୍ଟ ଲୋକାର୍ପିତ

ଭିଡିଓ କନଫରେନ୍ସ ମାଧ୍ୟମରେ ମାଲକାନଗିରି ଜିଲ୍ଲା ଦୌରାଜଜ୍ ନବିନିର୍ମିତ କୋର୍ଟ ଲୋକାର୍ପିତ

42

ମାଲକାନଗିରି,୧୦ା୯(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଜିଲ୍ଲା ଦୌରାଜଜ୍ କୋର୍ଟ ର ନବନିର୍ମିତ ବିଲ୍ଡିଂ କୁ ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଭିଡିଓ କନଫେରନସିଂ ମାଧ୍ୟମରେ ଆଜି ପବିତ୍ର ଗଣେଷ ପୂଜା ଅବସରେ ଲୋକାର୍ପିତ କରିଛନ୍ତି । ମାନ୍ୟବର ହାଇକୋର୍ଟର କୋଠାବାଡି କମିଟିର ଅଧ୍ୟକ୍ଷ ତଥା ବିଚାରପତି ଶତ୍ରୁଘ୍ନ ପୂଜାରୀ ଓ କୋରାପୁଟ, ମାଲକାନଗିରି ଜିଲ୍ଲାର ହାଇକୋର୍ଟ ପ୍ରଶାସନିକ ବିଚାରପତି ଏସ.କେ.ପାଣିଗ୍ରାହୀ ଭର୍ଚୁଆଲ ମାଧ୍ୟମରେ ଏହି ଅବସରେ ବକ୍ତବ୍ୟ ରଖିଥିଲେ । ଏଥି ନିମନ୍ତେ ମାଲକାନଗିରି ଠାରେ ନବନିର୍ମିତ ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ସ୍ୱତନ୍ତ୍ର ଭାବେ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା । କଟକ ହାଇକୋର୍ଟ ପରିସରରେ ଭର୍ଚୁଆଲ ମଧ୍ୟମରେ ମୁଖ୍ୟବିଚାରପତି କୋର୍ଟକୁ ଲୋକାର୍ପିତ କରିବା ପରେ ମାଲକାନଗିରି ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ଲୋକାର୍ପଣ ଉତ୍ସବରେ ଜିଲ୍ଲା ଦୌରାଜଜ୍ ମିସ ରେଖାପ୍ରସାଦ ମୁଖ୍ୟଅତିଥି ଭାବେ ଯୋଗଦେଇ ନବନିର୍ମିତ କୋର୍ଟ କୁ ଉଦଘାଟନ କରିଛନ୍ତି । ଏହି ଅବସରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମହଲତ ସା,ମୁଖ୍ୟବିଚାର ବିଭାଗ ଦଣ୍ଡାଧିକାରୀ ବିଶ୍ୱରଜଂନ ବେହେରା,ରେଜିଷ୍ଟ୍ରାର ତଥା ସହକାରି ଦୌରାଜଜ୍ କୃଷ୍ଣଚନ୍ଦ୍ର ନାୟକ,ସିନିୟର ସିଭିଲ ଜଜ୍ କମଳାକାନ୍ତ ରାଉତ,ଏସଡିଜେଏମ ଡ.ନିରାକର ସାହୁ,ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରୀ ରେଖାରାଣୀ ପଣ୍ଡା,ମୋଟୁ ଜେ.ଏମ.ସି ଜଜ୍ ଗୌରୀଶଙ୍କର ପଣ୍ଡା,ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ବିଚାରପତି ରାକେଶ କୁମାର ମୁଦୁଲି,ଜିଲ୍ଲାପାଳ ବୀଶାଲ ସିଂ,ଏସପି ପ୍ରହ୍ଲାଦ ସାଇ ମୀନା,ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ ପ୍ରମୁଖ ମଚାଂଶିନ ଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାଦୌରାଜଜ୍ ଅଦାଲତର ମୁଖ୍ୟ ଶିରସ୍ତାଦାର କୌଳାଶ ଚନ୍ଦ୍ର ପଣ୍ଡା,କୋର୍ଟ ମେନେଜର ପ୍ରଣବ କୁମାର ପ୍ରଧାନ,ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ,ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ,ବରିଷ୍ଠ ଓକିଲ ଗୁରୁଚଣ ମହାନ୍ତି,ବିଜୟ ମାହାନ୍ତି,ଗୋପାଳ ପଣ୍ଡା,ପ୍ରକାଶଚନ୍ଦ୍ର ମହାନ୍ତି,ଅନଓର ସାହା,ରାମପଟନାୟକ, ନୃସିଂହ ଚରଣ ମହାନ୍ତି,ଦୁ୍‌ର୍ଗାତ୍ରୀପାଠୀ ଙ୍କ ସହିତ ଅନ୍ୟାନ ଆଇନଜୀବୀ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହି ଅବସରେ କୋର୍ଟପରିସରରେ ପ୍ରତିଷ୍ଟିତ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତୀମୂର୍ତି ରେ ଜିଲ୍ଲା ଦୌରାଜଜ୍ ଙ୍କ ସହିତ ଅନ୍ୟାନ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.