Home ଜିଲ୍ଲା ପରିକ୍ରମା ଭଦ୍ରକ ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ, କୁକୁର ପାଟିରେ ନବଜାତକର ମୃତଦେହ

ଭଦ୍ରକ ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ, କୁକୁର ପାଟିରେ ନବଜାତକର ମୃତଦେହ

37

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁଖ୍ୟ ଡାକ୍ତରଖାନା ଏବେ ଯମଖାନା ପାଲଟିଛି । ଏହି ଡାକ୍ତରଖାନାକୁ ଦୈନିକ ଶହ ଶହ ରୋଗୀ ଆସୁଥିବାବେଳେ ସେମାନଙ୍କୁ ଉଚିତ୍ ସେବା ମିଳିପାରୁନାହିଁ । ସରକାରଙ୍କ ଯୋଜନା ଓ ଅନୁଦାନ ସବୁ ଏଠି ଚୁଲିକୁ ଯାଉଛି । ଅସୁରକ୍ଷିତ ଅବସ୍ଥାରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ଦୈନିକ ରୋଗୀମାନଙ୍କର ମୋବାଇଲ୍ ଓ ଟଙ୍କା ଚୋରି ହେଉଛି । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଓ ନବଜାତ ଶିଶୁକୁ କୁକୁର ଖାଇବା କିଛି ନୂଆ କଥା ନୁହେଁ । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ନବଜାତକ (ଶିଶୁକନ୍ୟା)ର ମୃତଦେହକୁ କୁକୁରଟି କାମୁଡି ଧରି ଦୌଡୁଥିବା ନଜରକୁ ଆସିଥିଲା । ମେଡିକାଲ ପରିସରରେ ଲୋକେ କୁକୁରକୁ ଗୋଡାଇବାରୁ ଶିଶୁକନ୍ୟାର ମୃତଦେହକୁ ଛାଡି କୁକୁର ପଳାଇ ଯାଇଥିଲା । ତେବେ ଏହି ଘଟଣାକୁ ନେଇ କିଛିକାଳ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । କେଉଁ ପରିସ୍ଥିତିରେ କୁକୁରଟି ମୃତଦେହକୁ କାମୁଡି ଧରିଲା, କେଉଁଠୁ ମୃତଦେହ ପାଇଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଜିଲା ମୁଖ୍ୟ ଚକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର କହିଛନ୍ତି ଯେ: ଏହି ଘଟଣାର ଏକ ଭିଡିଓ ମୋ ନଜରକୁ ଆସିଛି । ମୃତଦେହଟି ‘ପ୍ରି-ମେଚ୍ୟୁର ବେବି’ର । କୁକୁର କେଉଁଠୁ ପାଇଲା ତାହା ଜଣାନାହିଁ । ତେବେ ଆମ ମେଡିକାଲ ପକ୍ଷରୁ ମଧ୍ୟ ଏବାବଦରେ ଅନୁଧ୍ୟାନ କରାଯାଉଛି । ତେବେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ସନ୍ତୋଷଜନକ ଉତ୍ତର ମିଳିଲାନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.