Home ଜିଲ୍ଲା ପରିକ୍ରମା ପରିବା କିଣିବାବେଳେ ଝାମ୍ଫିନେଲା ସୁନାଚେନ, ଲୁଟେରାକୁ ଗୋଡାଇ ଧରିଲେ ଲୋକେ

ପରିବା କିଣିବାବେଳେ ଝାମ୍ଫିନେଲା ସୁନାଚେନ, ଲୁଟେରାକୁ ଗୋଡାଇ ଧରିଲେ ଲୋକେ

31

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବତୀ ପରିବା କିଣିବା ବେଳେ ଲୁଟେରା ଝାମ୍ପିଲେ ସୁନାଚେନ୍ । ଚେନ୍ ଛଡାଇ ନେବାବେଳେ ଗୋଡାଇ ଧରିଲେ ସ୍ଥାନୀୟ ଲୋକ । ବହେ ମାଡ ଖାଇବା ପରେ ଉଦ୍ଧାର କଲା ପୁଳିସ୍ । ସୂଚନାଯୋଗ୍ୟ ଏଭଳି ଘଟଣା ଘଟିଛି ଭଦ୍ରକ ସହରର ବନ୍ତଛକ ନିକଟରେ । ଜଣେ ଯୁବତୀ ପରିବା କିଣିବା ବେଳେ ଲୁଟେରାହ ତାଙ୍କ ବେକରୁ ସୁନାଚେନ୍ ଝାମ୍ଫିନେଇ ଦୌଡି ପଳାଉଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ଗୋଡାଇ ଧରିଥିଲେ । ତେବେ ଚୋର ଜଣକ ସୁନାଚେନ୍‌କୁ ହାତରେ ଲୁଚାଇ ଦେଇ ଚୋର ଅନ୍ୟ ଦିଗରେ ପଳାଇ ଯାଇଛି ବୋଲି କହିଥିଲା । ଲୋକେ ଯାଞ୍ଚ କରିବା ବେଳେ ଚୋର ହାତରୁ ସୁନା ଚେନ୍ ପାଇବା ପରେ ବେଶ୍ ମାଡ ମାରିଥିଲେ । ଶେଷରେ ସାଳନ୍ଦୀ ଫାଣ୍ଡି କର୍ମଚାରୀ ଲୁଟେରାକୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.