Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଧାନକ୍ରୟର ଅନିୟମିତତା, ସମସ୍ୟାର ସମାଧାନ ପାଇଁ ସିଏସ୍‌ଓ ଓ ଏଆର୍‌ଙ୍କୁ ଦାବିପତ୍ର

ଭଦ୍ରକ ଜିଲାରେ ଧାନକ୍ରୟର ଅନିୟମିତତା, ସମସ୍ୟାର ସମାଧାନ ପାଇଁ ସିଏସ୍‌ଓ ଓ ଏଆର୍‌ଙ୍କୁ ଦାବିପତ୍ର

16

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଧାନକ୍ରୟକୁ ନେଇ ସମସ୍ୟା ପରେ ସମସ୍ୟା ଦେଖାଦେଇଛି । ଏହି ଧାନକ୍ରୟକୁ ନେଇ କେଉଁ ଚାଷୀ ରାଜରାସ୍ତାରେ ଧାନରଖି ରାସ୍ତା ଅବରୋଧ କଲାଣି ତ ଆଉ କିଏ ସମିତି ଆଗରେ ବିଷ ଖାଇ ଡାକ୍ତରଖାନା ଗଲାଣି । ଆଉ କିଏ ଯୋଗାଣ ବିଭାଗ ସମ୍ମୁଖରେ ଅନଶନ କଲାଣି ତ ଆଉ କିଏ ବିଷ ବୋତଲ ଧରି ସମବାୟ ସମିତି ଆଗରେ ପିଇବାର ଉଦ୍ୟମ କଲାଣି । ଏହିଭଳି ଭାବେ ଏହି ଜିଲାରେ ଥିବା ୧୦୨ ଟି ସେବା ସମବାୟ ସମିତିର ସଂପାଦକ ତଥା କ୍ରୟ ଅଧିକାରୀମାନେ ୨୦୨୦-୨୧ ଧାନକ୍ରୟ ଋତୁରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ସେମାନଙ୍କୁ ଚାଷୀମାନଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ ଏଭଳି ସମସ୍ୟାରେ ଜର୍ଜରିତ ବାଲେଶ୍ୱର-ଭଦ୍ରକ ସେବା ସମବାୟ ସମିତି କର୍ମଚାରୀ ସଂଘ ଭଦ୍ରକ ଜିଲା ସଂପାଦକମାନଙ୍କ ପକ୍ଷରୁ ଚାରିଦଫା ଦାବି ନେଇ ଆଜି ଯୋଗାଣ ବିଭାଗ ଅଧିକାରୀ ଓ ଏଆର୍‌ଙ୍କୁ ଏକ ସ୍ମାରକପତ୍ର ଦିଆଯାଇଚି । ସେମାନଙ୍କର ଉପରୋକ୍ତ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଧାନକ୍ରୟ ଦାୟିତ୍ୱରୁ ସେମାନେ ଓହରିବେ ବୋଲି ଚେତାବନୀ ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.