Home ଜିଲ୍ଲା ପରିକ୍ରମା ଭଦ୍ରକ ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା ସମାବେଶ

ଭଦ୍ରକ ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା ସମାବେଶ

21

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମହିଳାମାନେ ସ୍ୱାବଲମ୍ବୀ ହୋଇଛନ୍ତି । ମହିଳା ମାନଙ୍କର ବିକାଶ ହେଲେ ଦେଶ ଓ ରାଜ୍ୟର ବିକାଶ ହେବ । ଆମ ସରକାର ଓ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମହିଳାମାନଙ୍କ ଉନ୍ନତି ପାଇଁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମହିଳାମାନଙ୍କ ଆର୍ଥିକ, ସମାଜିକ ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଶ୍ୱ ମହିଳା ଦିବସ ଅବସରରେ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଭଦ୍ରକ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଶାଳ ମହିଳା ସମାବେଶରେ ଯୋଗଦେଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ବକ୍ତବ୍ୟରେ କହିଛନ୍ତି । ଜିଲ୍ଳା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ଅଭିନେତ୍ରୀ ଏଲିନା ଦାଶ ଯୋଗଦେଇ ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାରେ କାଦମ୍ବିନୀ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମହିଳା ସରପଞ୍ଚ ଭାବେ ପୁରସ୍କୃତ ହୋଇଥିବା ଭଦ୍ରକ ବ୍ଲକ ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରି ବିଦ୍ୟୁତଲତା ନାୟକ, ପ୍ରାକ୍ତନ ପୌର ଉପାଧ୍ୟକ୍ଷା ତାହେରା ଖାତୁନ୍‌, ବ୍ଲକ ଉପାଧ୍ୟକ୍ଷା ଜ୍ୟୋସ୍ନାମଞ୍ଜରୀ ରାଉତ, ମହିଳା ବିଜେଡି ନେତ୍ରୀ ଦେବହୂତୀ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ରାଜଲକ୍ଷ୍ମୀ ମହାପାତ୍ର, ମମତା ନାୟକ, ଲିପ୍‌ସା ନାୟକ, ଗୀତାଞ୍ଜଳି ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ସମାବେଶରେ ଭଦ୍ରକ ବ୍ଲକର ସମସ୍ତ ମହିଳା ସରପଞ୍ଚ ଓ ସମିତିସଭ୍ୟା ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.