Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

11

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ଉତ୍ପାଦକ ଗୋଷ୍ଠୀ, ସୁପୋଷଣ ସଙ୍ଗିନୀ, ସମନ୍ୱିତ ଶିଶୁ ବିକାଶ ସେବା-ଚାନ୍ଦବାଲିର ସଦସ୍ୟାଙ୍କୁ ନେଇ ଆଦାନୀ ଫାଉଣ୍ଡେସେନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କୁଆମରାସ୍ଥିତ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦାନୀ ଧାମରା ପୋର୍ଟ ପାରିପାଶ୍ୱର୍ରେ ଥିବା ୯ଟି ଗ୍ରାମ ପଞ୍ଚାୟତର ୧୦୦ରୁ ଊର୍ଦ୍ଧ୍ୱ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦାନୀ ଧାମରା ପୋର୍ଟ ମହିଳା କ୍ଲବର ସଦସ୍ୟା ଜୟତୀ ଦାସଗୁପ୍ତା ମୁଖ୍ୟଅତିଥି, ବିଜୟା ବୋଷ ସମ୍ମାନୀତ ଅତିଥି, ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା କ୍ରିଷ୍ଣପ୍ରିୟା ଷଡଙ୍ଗୀ ମୁଖ୍ୟବକ୍ତା, କରଣପଲ୍ଲୀ ଗ୍ରାମପଞ୍ଚାୟତ ସରପଞ୍ଚ ବାବୁଲି ସେଠୀ, ସମାଜସେବୀ ଅମୂଲ୍ୟ ମଣ୍ଡଳ ଅତିଥି ଭାବେ ଯୋଗ ଦେଇଥିଲେ । ଆଦାନୀ ଫାଉଣ୍ଡେସନ ସିଏସ୍‌ଆର ମୁଖ୍ୟ ସତ୍ୟରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମଲ୍ଲିକା ମଣ୍ଡଳ, ଉଦ୍ୟୋଗୀ ମିତ୍ର, ସମ୍ପୂର୍ଣ୍ଣା ମହିଳା ଉତ୍ପାଦନ ଗୋଷ୍ଠୀ, ସାରମା ମୁଲା, ସଚିବ, ଆଞ୍ଚଳିକ ମହାସଂଘ, କରଣପଲ୍ଲୀ, ଚନ୍ଦ୍ରକାନ୍ତି ବେହେରା, ସଙ୍ଗିନୀ, ଆଦାନୀ ୱିଲମାର୍ ସୁପୋଷଣ ପ୍ରକଳ୍ପ ଏବଂ ହୀରାମୟୀ ଦାସ, ସେକ୍ଟର ସୁପରଭାଇଜର କରଞ୍ଜମାଳ, ଆଇସିଡିଏସ୍ ଚାନ୍ଦବାଲି ପ୍ରମୁଖ ଆଜି ଦିନର ଥିମ୍ ‘ଚୁଜ୍ ଟୁ ଚାଲେଞ୍ଜ’ ଏବଂ ‘ୱମେନ୍ ଇନ୍ ଲିଡରସିପ୍‌: ଆଚିଭିଂ ଅନ୍ ଇକ୍ୱାଲ୍ ଫ୍ୟୁଚର ଇନ୍ କୋଭିଡ୍ ୱାର୍ଲ୍ଡ’ ବିଷୟବସ୍ତୁ ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ । କୋଭିଡ ୧୯ ମହାମାରୀ ସମୟରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟର ଏକ ଅଂଶ ସ୍ୱରୂପ ଆଦାନୀ ୱିଲମାର୍ ସୁପୋଷଣ ପ୍ରକଳ୍ପର ସଙ୍ଗିନୀ ଭାବେ ନିଯୁକ୍ତ ୩୦ ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀ ଏହି ଉତ୍ସବରେ ଅତିଥିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ଦିବ୍ୟା ଭାରତୀ ପଟ୍ଟନାୟକ ସୁପୋଷଣ ପ୍ରକଳ୍ପ ଅଧିନରେ ସଙ୍ଗିନୀମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ବୃତ୍ତିଗତ କାର୍ଯ୍ୟକଳାପର ସଂକ୍ଷିପ୍ତ ରୂପରେଖ ଉପସ୍ଥାପନ କରିଥିଲେ । ଶେଷରେ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.