Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜରେ ୫ଶହ ଶଯ୍ୟା ବିଶିଷ୍ଟ ୨ଟି ଛାତ୍ରୀନିବାସ ଉଦଘାଟିତ

ଭଦ୍ରକ କଲେଜରେ ୫ଶହ ଶଯ୍ୟା ବିଶିଷ୍ଟ ୨ଟି ଛାତ୍ରୀନିବାସ ଉଦଘାଟିତ

13

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ମହିଳା ଦିବସ ଅବସରରେ ଭଦ୍ରକ ସ୍ୱୟଂ ଶାସିତ କଲେଜରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଳିକ ଯୋଗ ଦେଇ ପ୍ରାୟ ୯କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ୫ଶହ ଶଯ୍ୟା ବିଶିଷ୍ଟ(ଗୋଟିଏ ୪ଶହ, ଆଉ ଗୋଟିଏ ୧ଶହ)ଛାତ୍ରୀ ନିବାସ କୁ ଆଜି ଉଦଘାଟନ କରିଛନ୍ତି । ସେହିଭଳି ଆଜି ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଭଦ୍ରକ ସ୍ୱୟଂଶାସିତ କଲେଜ ପରିସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଶିଳାନ୍ୟାସ ହୋଇଥିବା କାର୍ଯ୍ୟ ଗୁଡିକ ମଧ୍ୟରେ ରହିଛି ୩.୭୯କୋଟି ବ୍ୟୟ ଅଟ୍ଟକଳରେ ଏକାଡେମୀ ବ୍ଲକ କାର୍ଯ୍ୟର ଶୁଭାରମ୍ଭ କରିବା ସହ କଲେଜ ପରିସରରେ ଥିବା ବାସ୍କେଟ ବଲ କୋଟ, ଖେଳପଡିଆ ଉନ୍ନତିକରଣ ଓ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ କଲେଜ ଅଧ୍ୟକ୍ଷ ଉମାକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସାଧାରଣ ସଭା କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.