Home ଜିଲ୍ଲା ପରିକ୍ରମା ରଙ୍ଗିଲା ହାବିଲଦାରଙ୍କୁ କୋର୍ଟ ଚାଲାଣ; ବ୍ୟାପକ ପରିବର୍ତ୍ତନ ଅପେକ୍ଷାରେ ଥାନା

ରଙ୍ଗିଲା ହାବିଲଦାରଙ୍କୁ କୋର୍ଟ ଚାଲାଣ; ବ୍ୟାପକ ପରିବର୍ତ୍ତନ ଅପେକ୍ଷାରେ ଥାନା

35

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଗତ ଶନିବାର ରାତ୍ରରେ ଖଡିସିଙ୍ଗା ଗ୍ରାମର ଓା୍ୱରେଣ୍ଟି କ୍ଷୀରୋଦ କୁମାର ଜେନାକୁ ଗିରଫ କରାଯାଇଥିଲା । ରବିବାର କୋର୍ଟ ଚାଲାଣ ସମୟରେ ଅଭିଯୁକ୍ତ କ୍ଷୀରୋଦ ପତ୍ନୀଙ୍କ ସହ କଥା ହେବାକୁ ଚାହିଁଥିଲା । ଅଭିଯୁକ୍ତର ଏସକର୍ଟ ଦାଇତ୍ୱରେ ଥିବା ଏ.ପି.ଆର. ହାବିଲଦାର ହରମୋହନ ନାୟକ ନିଜ ମୋବାଇଲରେ ଅଭିଯୁକ୍ତ କ୍ଷୀରୋଦକୁ ଏହି ସୁଯୋଗ ଦେଇଥିଲେ । ଅଭିଯୁକ୍ତ ଜେଲକୁ ଯିବା ପରେ ହାବିଲଦାର ଶ୍ରୀ ନାୟକ କ୍ଷୀରୋଦ ପତ୍ନୀ ସହ ଘନ ଘନ ଫୋନରେ କଥା ହୋଇ ଲୋଭନୀୟ ଅଫର ଦେଇଥିଲେ । ସବୁଦିନପାଇଁ ସମ୍ପର୍କ ବଞ୍ଚାଇ ରଖିବାକୁ ଚାହିଁଥିଲେ । ଫୋନଯୋଗେ ହୋଇଥିବା ବାର୍ତ୍ତାଳାପକୁ ମହିଳା ଜଣକ ଚତୁରତା ସହ ରେକର୍ଡ କରିଥିଲେ । ସଂପୃକ୍ତ ହାବିଲଦାର ଖଡିସିଙ୍ଗା ଯାଇ ପତ୍ନୀକୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ମାତ୍ର ଅଭିଯୁକ୍ତର ପତ୍ନୀ ଏଥିରେ ବାଧାଦେବା ସହ ଚିତ୍କାର କରିବାକୁ ପାଖପଡୋଶୀମାନେ ଆସି ହାବିଲଦାରକୁ ଅଟକ ରଖିଥିଲେ । ଖବର ପାଇ ଥାନା ପୁଲିସ ଅଟକ ହାବିଲଦାରକୁ ଉଦ୍ଧାର କରିଥିଲା । ମହିଳା ଜଣକ ମଧ୍ୟ ଥାନାକୁ ଆସି ଏହି ପ୍ରାମାଣିକ ବୃତ୍ତାନ୍ତ ସମ୍ବଳିତ ଅଭିଯୋଗ କରିଥିଲା । ଜିଲା ପୁଲିସ ଅଧିକ୍ଷକଙ୍କ ଠାରୁ କଡା ନିର୍ଦ୍ଦେଶ ମିଳିବା ପରେ ଥାନା ପକ୍ଷରୁ ୯୪/୨୧ନଂ ମାମଲା ଋଜୁ ହୋଇଥିଲା । ଅଭିଯୋଗକାରିଣୀ ଦଳିତ ମହିଳା ହୋଇଥିବାରୁ ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ଅଶୋକ ଦାସଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ଦାଇତ୍ୱ ଦିଆଯାଇଥିଲା ।

ଅଭିଯୁକ୍ତକୁ ଧରିବାକୁ ଯାଇ ହାବିଲଦାର ନିଜେ ଅଭିଯୋଗ ଭାବେ ଗିରଫ ହୋଇଥିଲେ । ଆଜି ସଂପୃକ୍ତ ରଙ୍ଗିଲା ହାବିଲଦାରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଭଣ୍ଡାରିପୋଖରୀ ଥାନାରେ ଏବେ ଦଲାଲରାଜ ଚରମ ସୀମାରେ ପହଞ୍ôଚଛି । ନିର୍ଦ୍ଦିଷ୍ଟ କେତେଜଣ ବାହାରର ବ୍ୟକ୍ତି ଅସାଧୁ ପୁଲିସ କର୍ମଚାରୀଙ୍କ ସହ ସମ୍ପର୍କ ରଖି ଦିନରାତି ଥାନା କର୍ମଚାରୀଭାବେ ଥାନା ସମୟ ବିତାଇବା ସହ ଅବାଧରେ ଦଲାଲି କରୁଛନ୍ତି । ଥାନାକୁ ଆସୁଥିବା ବହୁ ଅଭିଯୋଗର ରଫାଦଫା କରିବାକୁ ସଂପୃକ୍ତ ଦଲାଲମାନେ ନିଜର କାୟା ବିସ୍ତାର କରୁଥିବା ବେଳେ ଅର୍ଥ ଲୋଭରେ କେତେକ ପୁଲିସ କର୍ମଚାରୀ ସେମାନଙ୍କୁ ସୁଯୋଗ ପ୍ରଦାନ କରୁଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି । ଗତ ଅକ୍ଟୋବର ମାସରେ ଥାନାଅଧିକାରୀଙ୍କ ନିଲମ୍ବନ ପରେ ଥାନା ସବଇନିସପେକ୍ଟରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହାର ସୁଯୋଗ ନେଇ ଥାନାରେ କାର୍ଯ୍ୟରତ ଜନୈକ ଯୁବ ସବଇନସପେକ୍ଟର ବାଲିମାଫିଆଙ୍କ ତ୍ରାଣକର୍ତ୍ତା ପାଲଟିଥିବା ବେଳେ ଥାନାର ନିୟମିତ ହାବିଲଦାର ଥାନା ଅଞ୍ଚଳରୁ ମାସିକ ଲକ୍ଷାଧିକ ଟଙ୍କା ଚୋରା ଅର୍ଥର କ୍ୟାସିୟର ଭାବେ ବେଶ କ୍ଷମତାର ଅଧିକାରୀ ହୋଇଛନ୍ତି । ଏହାଦ୍ୱାରା ପୁଲିସ ପ୍ରଶାସନ ଜନବିରୋଧି ହେବାରେ ଲଗିଛି । ଜିଲ୍ଲା ପୁଲିସ ଅଧିକ୍ଷକ ଏଥିନେଇ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.