Home ଜିଲ୍ଲା ପରିକ୍ରମା ବାଗୁରାଇରେ ଅମୃତ ପାର୍କ ଉଦ୍‌ଘାଟିତ

ବାଗୁରାଇରେ ଅମୃତ ପାର୍କ ଉଦ୍‌ଘାଟିତ

23

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ୮ ନଂ ୱାର୍ଡ ଅଧୀନସ୍ଥ ବାଗୁରାଇ ଠାରେ ପୌରପାଳିକା ପକ୍ଷରୁ ୧୬.୬୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅମୃତ ପାର୍କକୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡାହ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏହି ସଭାରେ ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ଓ ବିଧାୟକ ଶ୍ରୀ ମଲ୍ଲିକ ଭଦ୍ରକ ସହରକୁ ସରସ ଓ ସୁନ୍‌ଦର କରି ଏକ ଅତ୍ୟାଧୁନିକ ସିଟି କରିବାକୁ ଉଦ୍ୟମ ଅବ୍ୟାହତ ରହିଛି ଓ ଏ ଦିଗରେ ଜନସାଧାରଣ ସହଯୋଗ କରିବାକୁ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାଗୁରାି ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ କୁଂଜବିହାରୀ ଦାସ, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ରାକେଶ ପଣ୍ଡା ଓ ପ୍ରାକ୍ତନ କାଉନ୍‌ସିଲର ଦେବବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.