Home ଅପରାଧ ଭଦ୍ରକ ଏସ୍‌ପିଙ୍କ ଅଫିସ୍ ପାଖ କୋଲକାତା ଜୁଏଲାରୀରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

ଭଦ୍ରକ ଏସ୍‌ପିଙ୍କ ଅଫିସ୍ ପାଖ କୋଲକାତା ଜୁଏଲାରୀରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

36

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଗତକାଳି ରାତି ପ୍ରାୟ ୮.୩୦ ମିନିଟ୍ ସମୟରେ ଭଦ୍ରକ ଏସ୍‌ପି ଅଫିସ୍ ନିକଟରେ ôଥବା କୋଲକାତା ଜୁଏଲାରୀରୁ ଦୁଇ ଲୁଟେରା ପ୍ରାୟ ୩୦ ଲକ୍ଷ ଟଙ୍କାର ୧୫ କେଜି ରୂପା ଓ ୪ ଶହ ଗ୍ରାମର ସୁନାଗହଣା ଲୁଟି ନେଇଛନ୍ତି। ଦୋକାନର ମାଲିକ ଗୋବିନ୍ଦ ଦାସ ଗତକାଲି ରାତିରେ ନିଜର ଦୋକାନ ବନ୍ଦ କରିବା ପାଇଁ ସଟର ବନ୍ଦ କରି ତାଲା ପକାଉଥିବାବେଳେ ଦୁଇ ଲୁଟେରା ଏକ ବାଇକ୍‌ରେ ଆସି ଦୋକାନୀ ପାଖରେ ରଖିଥିବା ଅଳଙ୍କାର ବ୍ୟାଗ୍‌ଟିକୁ ଝାମ୍ପିନେଇ ମୋଟର ସାଇକେଲ୍‌ରେ ପଳାଇଥିଲେ। ଘଟଣାସ୍ଥଳରେ ଭଦ୍ରକ ଟାଉନ୍ ପୁଲିସ୍ ପହଞ୍ôଚ ଲୁଟେରାଙ୍କ ପିଛା କରିଥିବାବେଳେ କାହାରିକୁ ଗିରଫ କରିପାରିନାହିଁ। ଏଠାରେ ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଭଦ୍ରକରୁ ବନ୍ଧୁକ ଦେଖାଇ ୪ଟି ସ୍ଥାନରୁ ଲୁଟ୍ ହୋଇଥିବାବେଳେ ୪ ଜଣ ଲୁଟେରାଙ୍କୁ ପୁଲିସ୍ ଗିରଫ କରିଛି। ଭଦ୍ରକ ସହରରେ ଏହି ଲୁଟେରାମାନେ ବନ୍ଧୁକ ଓ ଭୁଜାଲି ମୁନରେ ଏହିଭଳି ଲୁଟ୍ କରୁଥିବାବେଳେ ପୁଲିସ୍ ସେମାନଙ୍କ ଟେର ନପାଇବା ଘଟଣା ସହରବାସୀଙ୍କୁ ଆତଙ୍କିତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.