Home ଜିଲ୍ଲା ପରିକ୍ରମା କୃଷି ବିଜ୍ଞାନୀ ଛାତ୍ରୀ ଶାନ୍ତ୍ୱନା ଜେନାଙ୍କ ଦ୍ୱାରା ଜୈବିକ ଖତ ପ୍ରଦର୍ଶନୀ

କୃଷି ବିଜ୍ଞାନୀ ଛାତ୍ରୀ ଶାନ୍ତ୍ୱନା ଜେନାଙ୍କ ଦ୍ୱାରା ଜୈବିକ ଖତ ପ୍ରଦର୍ଶନୀ

29

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ପାରଳାଖେମୁଣ୍ଡିସ୍ଥିତ ସେନ୍‌ଚୁରିଆନ୍ ୟୁନିର୍ଭସିଟି ଦ୍ୱାରା ପରିଚାଳିତ ଆରଏଡବ୍ଲ୍ୟୁଇପି (ରାୱେଫ୍‌) ଅଧୀନରେ ଭଦ୍ରକ ବ୍ଲକ୍ ନଳାଙ୍ଗ ଗ୍ରାମରେ କୃଷି ବିଜ୍ଞାନୀ ଛାତ୍ରୀ ଶାନ୍ତ୍ୱନା ଜେନାଙ୍କ ଦ୍ୱାରା ଜୈବିକ ଖତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୈବିକ ସାରର ପ୍ରସ୍ତୁତି, ବ୍ୟବହାର ଓ ଏହାର ଲାଭଜନକ ଗୁଣ ସଂପର୍କରେ ସେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ଏବଂ ଏହାର ଲାଭଜନକ ଗୁଣ ସଂପର୍କରେ ଅବଗତ କରାଇବା ସହ ଏଥିମଧ୍ୟରେ ଥିବା ପଂଚଗଭ୍ୟ ଏବଂ ଗ୍ରାଫ୍ଟିଂ ପରି ଫଳପ୍ରଦ ଦ୍ରବ୍ୟଗୁଡିକ ସଂପର୍କରେ ସୂଚିତ କରାଇଥିଲେ। ଏହାର ଉପଯୋଗ ଦ୍ୱାରା ଉତ୍ପାଦନ ମାତ୍ରା ବୃଦ୍ଧି ହୋଇଥିବାବେଳେ ଏଥିନିମିତ୍ତ ଜମିର ପରୀକ୍ଷା ପଦ୍ଧତି ଓ ତାହାର ଉପକାରିତା ବିଷୟରେ ପଂଚାୟତର ସମସ୍ତ ଚାଷୀଙ୍କୁ ବୁଝାଇଥିଲେ। ବିଶେଷକରି ସହଜ ଉପାୟରେ ଗଛରେ ଲାଗୁଥିବା କୀଟମାନଙ୍କୁ ହଳଦିଆ ଅଠାଯୁକ୍ତ କାଗଜମାନଙ୍କରେ କିଭଳି ନଷ୍ଟ କରିହେବ, ସେ ବିଷୟରେ ଅବଗତ କରାଇବା ସହ ସେମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଏହି ପ୍ରଦର୍ଶନୀରେ ସ୍ଥାନୀୟ ରାଜ୍ୟପାଳ ପୁରସ୍କୃତପ୍ରାପ୍ତ ଚାଷୀ ଭାସ୍କର ଚନ୍ଦ୍ର ମଲ୍ଲିକଙ୍କ ସହିତ ବହୁ ଚାଷୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.