Home ଜିଲ୍ଲା ପରିକ୍ରମା ଭଦ୍ରକର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ, ୮୭.୭୦୦ ଲିଟିର ବିଦେଶୀ ମଦ ଜବତ

ଭଦ୍ରକର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ, ୮୭.୭୦୦ ଲିଟିର ବିଦେଶୀ ମଦ ଜବତ

9

ଭଦ୍ରକ, ୨୭ା୩ – ଗତକାଲି ହୋଲି ଉପଲକ୍ଷେ ଭଦ୍ରକ ସହରାଞ୍ଚଳ ଥାନା ପକ୍ଷରୁ ଏସ୍‌ଆଇ ଆଶିଷ ସେନାପତିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ ଚାଲିଥିବାବେଳେ ସ୍ଥାନୀୟ ନରିପୁର ବଙ୍କସ୍କୁଲ ପାଖ ଏକ ଗୃହରୁ ୮୨.୭୦୦ ଲିଟର ବିଦେଶୀ ମଦ ଜବତ ହୋଇଛି । ଯଦିଓ ଏହି ଘଟଣାରେ ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ପୁଲିସ୍ ସନ୍ଧ୍ୟାରେ କରିଥିବା ଏହି ଚଢାଉରେ ୩୦ ଟି ରୟାଲ ଷ୍ଟାଗ ରିଜର୍ଭ ହୁସ୍‌କି, ୪୬ ଟି ମ୍ୟାକଡ୍ୱେଲ ନଂ-୧, ୨୫ଟି ଆସ୍କା ଫଟି, ୨୬ଟି ମ୍ୟାଜିକ୍ ମୋମେଣ୍ଟ, ୨୦ ଟି ରୟାଲ ଗ୍ରୀନ୍ ହୁସ୍‌କି, ୭୩ ଟି ବ୍ଲକ୍‌ବ୍ୟାରୀ ଅଥୋଣ୍ଟିକ୍ ରମ୍‌, ୧୨ଟି ଓଲଡ୍ ମଂକ, ୧୮୦ ଓ ୯୦ ଏମ୍‌ଏଲ୍‌ର ୨୮ଟି ଓ ୭୨ଟି ଷ୍ଟେଲିଂ ରିଜର୍ଭ ହୁସ୍‌କି, ୧୭ ଟି ମେନସନ୍ ହାଉସ୍ ବ୍ରାଣ୍ଡି, ୯୦ଟି ବ୍ଲାକ୍ ବାକାଡି ଟିନ୍‌, ୧୨ଟି କିଙ୍ଗ ଫିସର ଷ୍ଟ୍ରଙ୍ଗ ବିୟର, ୨୪ଟି କିଙ୍ଗଫିସର ଷ୍ଟ୍ରଙ୍ଗ୍ କେନ୍ ବିୟର ଜବତ କରିଛି ବୋଲି ସହରାଞ୍ଚଳ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜବତ ଏହି ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସହରାଞ୍ଚଳର ଥାନାଧିକାରୀ ବୀରେନ୍ଦ୍ର ସେନାପତି ଉପସ୍ଥିତ ଥିଲେ । ଏହି ଘଟଣାରେ ଅବକାରୀ ଆଇନ୍ ମୂଳେ କେଶ୍ ନଂ ୧୬୫/୨୪ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.