Home ଜିଲ୍ଲା ପରିକ୍ରମା ଧାମରାରେ ପିକଅପ ଦୁର୍ଘଟଣା, ଚାଳକ ମୃତ, ୨ଆହତ

ଧାମରାରେ ପିକଅପ ଦୁର୍ଘଟଣା, ଚାଳକ ମୃତ, ୨ଆହତ

8

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଏକ ପିିକ ଅପ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବେଳେ ଏହି ଗାଡିର ଚାଳକ ଘଟଣା ସ୍ଥଳରେ ମୃତ୍ୟୂ ବରଣ କରିଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅଧିନସ୍ଥ ରାମନଗର ଅଂଚଳର ତପନ ସରକାର ନିଜର ପିକଅପ ନେଇ ଧାମରା ଆସୁଥିଲେ । ଧାମରା ଥାନା ନିକଟସ୍ଥ ଡିଆଇ ରୋଡ ଠାରେ ସଂପୃକ୍ତ ପିକଅପଟି ନିଜର ଭାରସାମ୍ୟ ହରାଇ ସାମନ୍‌ାରେ ଥିବା ଏକ କୋଇଲା ବୋଝେଇ ହାଇଓାକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସଂପୃକ୍ତ ଚାଳକଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଧାମରା ଥାନାଧିକାରୀ ଆସି ଆହତ ହୋଇଥିବା ହେଲପର ରାମକୃଷ୍ନ ସିକଦାର ଏବଂ ଦେବଶଙ୍କର ଶିକଦାରଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ମୃତ ଚାଳକଙ୍କୁ ପଂଚନାମା ପାଇଁ ମଧ୍ୟ ବାସୁଦେବପୁର କୁ ପଠାଇଥିଲେ । ପରେ ଏକ କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ପିକଅପ ଟିକୁ ଉଠାଇ ନେଇ ଥାନା ପରିସରରେ ରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.