Home ଜିଲ୍ଲା ପରିକ୍ରମା ଦେବୀ ଉପାସକ କୈଳାଶ ଚନ୍ଦ୍ର ଲେଙ୍କାଙ୍କ ସ୍ମୃତିଚାରଣ ସଭା

ଦେବୀ ଉପାସକ କୈଳାଶ ଚନ୍ଦ୍ର ଲେଙ୍କାଙ୍କ ସ୍ମୃତିଚାରଣ ସଭା

7

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରଇ’ ଏହା ଚିରନ୍ତନ ସତ୍ୟ । କିନ୍ତୁ ଏ ସମାଜରେ ଏଭଳି କେତେକ ଯୋଗଜନ୍ମା ଜନ୍ମ ହୋଇଥାନ୍ତି, ଯେଉଁମାନଙ୍କ ପରଲୋକ ପରେ ସମାଜ ସେମାନଙ୍କୁ ଝୁରିହୁଏ । ସେହିଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ଭଦ୍ରକ ବ୍ଲକ୍ କଲେଇ ପଂଚାୟତ ବଳାଜିତପଡା ଗ୍ରାମର କୈଳାଶ ଚନ୍ଦ୍ର ଲେଙ୍କା । ସେ ଶେଷ ସମୟ ପର୍ଯ୍ୟନ୍ତ କେବଳ କଲେଇ ନୁହେଁ, ସମଗ୍ର ଜିଲାର ପ୍ରତିଷ୍ଠିତ ଦେବୀ ମା’ କ୍ଷେତ୍ରବାସିନୀଙ୍କ ଉପାସକ ଭାବେ ତାଙ୍କ ସେବା କରିଆସୁଥିଲେ । ଜଣେ ଆଦର୍ଶ ସ୍ନେହପ୍ରେମୀ, ଈଶ୍ୱରବିଶ୍ୱାସୀ ତଥା ସମାଜସେବୀ ଭାବେ ତାଙ୍କୁ ଚିରକାଳ ଏ ଅଂଚଳବାସୀ ମନେ ରଖିବେ ବୋଲି ତାଙ୍କର ଏକାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତିଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ବଳାଜିତପଡା ଗ୍ରାମରେ ଆୟୋଜିତ ସାନ୍ଧ୍ୟର ଏହି ସ୍ମୃତିଚାରଣ ସଭାକୁ ସ୍ୱର୍ଗତଃ ଲେଙ୍କାଙ୍କ ପୁତ୍ର ରଣଜିତ ପ୍ରସାଦ ବିଭୁଦେନ୍ଦ୍ର ଲେଙ୍କା ସଂଯୋଜନା କରିଥିବାବେଳେ ରାଜ୍ୟପାଳ ପୁରସ୍କୃତପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ରାଉତ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, କଲେଇ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ମଲ୍ଲିକ, ଯୁବନେତା ଇଂ ତାପସ ରାୟ, ତୁଷାରକାନ୍ତି ପରିଡା, ସୁନୀଲ ଲେଙ୍କା, ପ୍ରବୋଧ ଲେଙ୍କା, ରଂଜନ ମହାପାତ୍ର, ମହେଶ୍ୱର ଲେଙ୍କା, ଅମର ବାରିକ, ଅରବିନ୍ଦ ପରିଡା, ଡ. ଦେବେନ୍ଦ୍ର କୁମାର ସ୍ୱାଇଁ, ପ୍ରଦୀପ ଲେଙ୍କା ପ୍ରମୁଖ ଏହି ସ୍ମୃତିଚାରଣ ସଭାରେ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ଲେଙ୍କାଙ୍କ ସ୍ମୃତିଚାରଣ କରିଥିଲେ । ସଭା ପୂର୍ବରୁ ଅତିଥିମାନେ ସ୍ୱର୍ଗତଃ ଲେଙ୍କାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.