Home ଓଡ଼ିଶା ଚାଷୀ ମୁହଁରେ ହସ ଦେଲା ଲଘୁଚାପ ବର୍ଷା

ଚାଷୀ ମୁହଁରେ ହସ ଦେଲା ଲଘୁଚାପ ବର୍ଷା

196

ନୟାଗଡ଼, ୨୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଲଘୁଚାପ ବର୍ଷା ଚାଷୀ ମୁହଁରେ ହସ ଫୁଟେଇଛି। ନୟାଗଡ଼ ଜିଲା ଚାଷୀଙ୍କ ପାଇଁ ଏକମାତ୍ର ବର୍ଷା ଜଳ ଧାନଚାଷ ପାଇଁ ଆଶା ଭରଷା ହୋଇଥିଲାବେଳେ ଅନିୟମିତ ବର୍ଷା ନେଇ ଚାଷୀ ଚିନ୍ତାରେ ପଡ଼ିଥିଲା। ବହୁ ବିଳମ୍ବରେ ଲଘୁଚାପ ବର୍ଷା ଆସିଥିଲାବେଳେ ମଝିରେ ମଝିରେ ଦୁର୍ବଳ ବର୍ଷା ଯୋଗୁଁ ଚାଷୀ ନାନାଦି ଆଶଙ୍କା ଭିତରେ ଗତି କରୁଥିଲା। ଗତ ସପ୍ତାହ ଧରି ଚାଲିଥିବା ଲଘୁଚାପ ବର୍ଷାରେ ଚାଷୀ ଧାନତଳି ମରା, ତଳିରୁଆ ସହିତ ବେଉଷା ଆଦି କାର୍ଯ୍ୟ କରିଥିବାବେଳେ ଲଘୁୂଚାପ ବର୍ଷାରେ ଚାଷୀ ଖୁସି ଥିବା ଦେଖାଦେଇଛି। ଜୁନମାସଠାରୁ ଧାନଚାଷ ଆରମ୍ଭ ହୋଇଥିଲାବେଳେ ଅଗଷ୍ଟ ମାସରେ ବର୍ଷା ଚାଷୀକୁ ଆଶ୍ୱସ୍ତି ଆଣିଛି। ଜୁନ ମାସରେ ୨୦୩.୫ ମି.ମି ବର୍ଷା ଆବଶ୍ୟକ ହେଉଥିଲାବେଳେ ୧୯୯.୫ ମି.ମି ବର୍ଷା ହୋଇଥିଲା। ସେହିପରି ଜୁଲାଇ ମାସରେ ୨୮୮.୫ ମି.ମି ବର୍ଷା ଆବଶ୍ୟକ ଥିଲାବେଳେ ୧୭୯.୭ ମି.ମି ଏବଂ ଅଗଷ୍ଟ ମାସରେ ୨୮୮.୨ ମି.ମି ବର୍ଷାର ଆବଶ୍ୟକ ଥିଲାବେଳେ ଅଦ୍ୟାବଧି ପ୍ରାୟ ୨୩୦ ମି.ମି ବର୍ଷା ହୋଇଥିବା ଜଣାପଡ଼ିଛି। ତଥାପି ଅନିୟମିତ ବର୍ଷା ହୋଇଥିଲେବି ଏବେ ଠାରୁ ଯଦି ବର୍ଷା ଠିକ୍‌ରେ ମଝିରେ ମଝିରେ ହୁଏ ତେବେ ଚାଷୀ ଧାନଚାଷରୁ ମୁକୁଳି ଯିବାର ସମ୍ଭାବନା ରହିଥିବା ଚାଷୀ ମହଲରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.