Home କୋରାପୁଟ ବିିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବିିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

22

କୋରାପୁଟ ୦୫-୦୪(ଓଡିଆ ପୁଅ /ରଂଜନ ଦାସ)ଓଡିଶା ରାଜ୍ୟରେ ବିଦ୍ୟୁତ ଦେଇ ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ୟରେ କୋରାପୁଟ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତାମାନେ ଧାରଣା  ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ । ବିମୁଦ୍ରାୟନ ଓ କରୋନା ମହାମରୀ ସମୟରେ ଗରୀବ ଚାଷୀ , ନିମ୍ନ ମଧ୍ୟବିତ , ମଧ୍ୟବିତ  ତଥା ବିଦ୍ୟୁତ ବ୍ୟବହାରକାରୀ କ୍ଷୁଦ୍ର , ମଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ତା ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବା ବେଳେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦେଇ ବୃଦ୍ଧି କରିବା   ଦ୍ୱାରା ସାଧାରଣରେ ଉଦବେଗ ପ୍ରକାଶ ପାଇଥିବା ଶ୍ରୀମତୀ ବାହିପତି ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ  ୩ ଲକ୍ଷରୁ ଉର୍ଦ୍ଧ୍ୱ ଥିବା ଉପୋଭୁକ୍ତାମାନେ ଦେୟ ଦେବା କଷ୍ଟକର ହୋଇଯିବ ତେଣୁ ରାଜ୍ୟ ସରକାର ତୁରନ୍ତ ବୃଦ୍ଧି ଦେୟ ପ୍ରତ୍ୟାହାର କରନ୍ତୁ ନ ହେଲେ କଂଗ୍ରେସ ଆସନ୍ତାଦିନରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ସେ ଚେତାବନୀ ଦେଇଥିଲେ ।ମାନ୍ୟବର ରାଜ୍ୟପାଳଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା ଦାବିପତ୍ର ଗ୍ରହଣ କରିଥିଲେ ।ବିଦ୍ୟୁତ ଦେୟ ବୃଦ୍ଧି ସଂପର୍କରେ ସରକାରୀ ଭାବେ କୈାଣସି ଚିଠି ଆସି ନ ଥିବା ଶ୍ରୀ ଲାକ୍ରା ସୂଚନା ଦେଇଛନ୍ତି ।ଏହି ଧାରଣାରେ ପୂର୍ବତନ ବିଧାୟକ  ନିମାଇଁ ସରକାର , କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି , କଂଗ୍ରେସ ନେତା ରୁପକ ତୁରୁକ , ରମେଶ ବାଖ୍ୟା , ବିଜୟ କୁମାର ରାଓ , କୃଷ୍ଣ କୁଲଦୀପ ,ଭବାନୀ ଶଙ୍କର ମିଶ୍ରଙ୍କ ସହ ଜିଲ୍ଲାର ଅନେକ କଂଗ୍ରେସ ନେତାମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.