Home କେନ୍ଦ୍ରାପଡ଼ା ବିଶ୍ୱ ଭିନ୍ନକ୍ଷମ ଦିବସରେ ନିଶୁଳ୍କ ଫିଜିଓଥେରାପି ଶିବିର ଉଦଘାଟିତ

ବିଶ୍ୱ ଭିନ୍ନକ୍ଷମ ଦିବସରେ ନିଶୁଳ୍କ ଫିଜିଓଥେରାପି ଶିବିର ଉଦଘାଟିତ

83

କେନ୍ଦ୍ରାପଡ଼ା, ୩ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସହରର ମାଧପୁରସ୍ଥିତ ‘ପୁନର୍ବାସ’ କାର୍ଯ୍ୟାଳୟ ପରିସରରେ ଏକ ଦିବସୀୟ ନିଶୁଳ୍କ ଫିଜିଓଥେରାପି ଶିବିର ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନିଶୁଳ୍କ ଫିଜିଓଥେରାପି ଶିବିରକୁ ଫିତାକାଟି ଉଦଘାଟନ କରିଥିଲେ। ଏହି ଶିବିରରେ ୪୪ଜଣଙ୍କୁ ନିଶୁଳ୍କ ସେବା ପ୍ରଦାନ କରାଯାଇଛି। ଶିବିରରେ ଫିଜିଓଥେରାପିଷ୍ଟ ଚନ୍ଦନ ଜେନା ଓ ଅନିତା ବାରିକ ଯୋଗଦେଇ ଲୋକମାନଙ୍କୁ ସେବା ପ୍ରଦାନ କରିଥିଲେ ବୋଲି ପୁନର୍ବାସର ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁନର୍ବାସର ସଦସ୍ୟ ମହମ୍ମଦ ଜାହିଦ ଖାନ, ଜ୍ୟୋତି ପ୍ରକାଶ ନାୟକ, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିବା ବେଳେ ମନୋଜ କୁମାର ରାଉତ, ମିହିର ରଞ୍ଜନ ବାରିକ, ଧରଣୀଧର ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.