Home କେନ୍ଦ୍ରାପଡ଼ା ଜଜାଙ୍ଗ ବିହନ ପ୍ରକ୍ରୀୟାକରଣ କେନ୍ଦ୍ରରେ ଦୁର୍ନୀତି ଅଭିଯୋଗ

ଜଜାଙ୍ଗ ବିହନ ପ୍ରକ୍ରୀୟାକରଣ କେନ୍ଦ୍ରରେ ଦୁର୍ନୀତି ଅଭିଯୋଗ

14

କେନ୍ଦ୍ରାପଡ଼ା, ୩ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ରାଜ୍ୟ ବିହନ ନିଗମ ପକ୍ଷରୁ କେନ୍ଦ୍ରାପଡାର ଜଜାଙ୍ଗ ଠାରେ ଖୋଲାଯାଇଥିବା ବିହନ ପ୍ରକ୍ରୀୟାକରଣ କେନ୍ଦ୍ରରେ ମହାଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସେହି ବିହନ ପ୍ରକ୍ରୀୟାକରଣ କେନ୍ଦ୍ରରେ ଥିବା ହଜାର ହଜାର ପ୍ୟାକେଟ ବିହନ ବିଶୋଧକ ‘ଥୀରନ’ର ସମୟ ଅବଧି ପୁରିଯାଇଥିବା ବେଳେ ସେହି ଥୀରନ ପ୍ୟାକେଟକୁ ଚାଷୀମାନଙ୍କୁ ବିକ୍ରୀ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସେହି ଥୀରନ ପ୍ୟାକେଟ ଉପରେ ସମୟ ଅବଧି ତା ୧୫.୦୯.୨୦୧୮ ସୁଦ୍ଧା ପୁରଣ ହୋଇଯାଇଥିବା ଲେଖାଥିବା ବେଳେ ସେସବୁକୁ ନଷ୍ଟ କରିଦିଆଯିବା କଥା। କିନ୍ତୁ ସେସବୁ ପ୍ୟାକେଟକୁ ଚାଷୀଙ୍କୁ ବିକ୍ରୀ କରାଯାଉଛି। ଏଭଳିକି ସେହି ବିହନ ପ୍ରକ୍ରୀୟାକରଣ କେନ୍ଦ୍ରର ବାହାରେ ଖୋଲାରେ ପଡିଥିବା ଏବଂ ସମୟ ଅବଧି ପୁରଣ ହୋଇଯାଇଥିବା ପ୍ୟାକେଟକୁ କେତେକ ବୁଲା ଗୋରୁଗାଇ ଖାଉଥିବା ଦେଖାଯାଇଛି। ସେହି ବିହନ ପ୍ରକ୍ରୀୟାକରଣ କେନ୍ଦ୍ର ଦାୟୀତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ ବେହେରାଙ୍କୁ ଚାଷୀମାନେ ଏସମ୍ପର୍କରେ ଅଭିଯୋଗ କରିଥିଲେବି ସେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନଙ୍କ ପକ୍ଷରୁ କୈଳାସ ସାହାଣୀ, ଶୁକଦେବ ଜେନା, ବୀରେନ୍ଦ୍ର ସାହୁ, ଗୈାରାଙ୍ଗ ସାହୁ, ନରହରି ଜେନା, ରବୀନ୍ଦ୍ର ସାମଲ, ଚନ୍ଦ୍ରମଣୀ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.