Home ଜିଲ୍ଲା ପରିକ୍ରମା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ

ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ

17

ପୁରୀ ୧୫ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ବିଶାଳ ଆଇନ ସେବା ଓ ସଚେତନତା ଶିବିର ତାଳବଣିଆସ୍ଥିତ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ, ରାଜ୍ୟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଛି। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶାନୁଯାୟୀ ଦେଶର ସମସ୍ତ ଜିଲ୍ଲା ଗୁଡିକରେ ଏହି ସଚେତନତା ଶିବିର ଆୟୋଜିତ ହୋଇଛି। ଉକ୍ତ ଶିବିରରେ ଆଇନ ସଚେତନତା ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରାଯାଇଛି। ବିଶେଷ ଭାବେ କରୋନା ମହାମାରୀ ସମୟରେ ପିତାମାତାଙ୍କୁ ହରାଇ ଥିବା ପିଲା ମାନଙ୍କୁ ଆଶିର୍ବାଦ ଯୋଜନା, ଭିନ୍ନକ୍ଷମ ମାନଙ୍କୁ ହ୍ବିଲ ଚେୟାର ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ କରାଯାଇଛି। ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖରୁ ନେହେରୁଙ୍କ ଜନ୍ମଦିନ ନଭେମ୍ବର ୧୪ ତାରିଖ ମଧ୍ୟରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଇନ ସେବା ସ୍ବେଚ୍ଛାସେବୀ, ଅଙ୍ଗନୱାଡି ଓ ଆଶା କର୍ମୀ, ଡାକ ସେବକ ମାନଙ୍କ ମାଧ୍ୟମରେ ଗାଁ ଗାଁ ବୁଲି ଆଇନ ସେବା ସଂପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ମହାପାତ୍ର ଏଭଳି ଶିବିର ଆୟୋଜନରେ ସହଯୋଗ କରିଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ପରିବାର ଅଦାଲତ ବିଚାରପତି ଶ୍ରୀ ଅରୁଣ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ରାଜକିଶୋର ଲେଙ୍କା, ଦେୱାନୀ ବରିଷ୍ଠ ବିଚାରପତି ଶ୍ରୀ ସନ୍ଦୀପ କୁମାର ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏଡିଏମଓ ଡଃ ବିରଜା ଶଙ୍କର ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ମହାପାତ୍ର ଓ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.