Home କେନ୍ଦୁଝର ବିଦ୍ୟାଳୟ ବିକାଶ ରୁପାନ୍ତରଣ ପାଇଁ ଜିଲ୍ଲାପାଳଙ୍କ ବୈଠକ

ବିଦ୍ୟାଳୟ ବିକାଶ ରୁପାନ୍ତରଣ ପାଇଁ ଜିଲ୍ଲାପାଳଙ୍କ ବୈଠକ

51

ହାଟଡ଼ିହି-୨୬ /୪,(ଓଡିଆପୁଅ / ବିକାଶ ବିଶ୍ୱାଳ) ବିଦ୍ୟାଳୟ ବିକାଶ ରୁପାନ୍ତରଣ ପାଇଁ ବିଭିନ୍ନ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଜିଲ୍ଲାପାଳଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକ କାର୍ଯ୍ୟାଳୟ ଠାରେ ଭିଡିଓ କନଫେରନସି ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ହାଟଡିହି ବ୍ଲକର ୯ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଭରାପତି ମାନେ ଯୋଗଦେଇଥିଲେ । ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟର ଭିତ୍ତିଭୂମୀ ବିକାଶର ଅଭିବୃଦ୍ଧି ସମ୍ପର୍କରେ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଆଗାମି ୨୯ତାରିଖ ଦିନ ଫାଇଭ-ଟି ସଚିବଙ୍କ ସହିତ ଭିଡିଓ କନଫେରନ୍‌ସ ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ବିିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଆଲମଣି ସେଠୀ, ବିଷ୍ଣୁପଦ ଜେନା, ଅଶୋକ କୁମାର ଜେନା, ରତ୍ନାକର ପଣ୍ଡା, ବିଜୟ କୁମାର ସେଣ୍ଢ, ବୃନ୍ଦାବନ ମଲ୍ଲିକ, ଅକ୍ଷୟ କୁମାର ସାହୁ, ସରପଞ୍ଚ ଅମରେନ୍ଦ୍ର ଧଳ, ପ୍ରତିଭା ନାୟକ, ଜାନକୀ ଓଝା, ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.