Home କେନ୍ଦୁଝର କରୋନା କଟକଣା ପାଇଁ ବ୍ଲକ ଗେଟରେ ତାଲା

କରୋନା କଟକଣା ପାଇଁ ବ୍ଲକ ଗେଟରେ ତାଲା

162

ହାଟଡ଼ିହି-୨୬ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା କଟକଣା ଜାରି କରାଯାଇଛି । ବ୍ଲକ ଗେଟରେ ତାଲା ପକାଯାଇ ଅବଧା ପ୍ରବେଶକୁ ରୋକା ଯାଇଛି । କୌଣସି କାମନଥିଲେ ବ୍ଲକକୁ ଆସିବାକୁ ବାରଣ କରାଯାଇଥିବାବେଳେ ଅଯଥା ଗହଳି ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଅଭିଯୋଗ କରିବାକୁ ଆସୁଥିବା ଲୋକମାନେ ବ୍ଲକ କାର୍ଯ୍ୟାଳୟରେ ଲାଗିଥିବା ଅଭିଯୋଗ ବାକ୍ସରେ ଅଭିଯୋଗ ପତ୍ର ପକାଇବା ପାଇଁ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି । ଆଜିଠାରୁ ବ୍ଲକରେ ତାଲା ପକାଯାଇଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ କାର୍ଯ୍ୟାଳୟ ବାହାରେ ନିଜ ନିଜର ବାଇକ ଓ କାର ରଖି ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ଲୋକମାନେ ମାସ୍କ ପିନ୍ଧି ଭିତରକୁ ପ୍ରବେଶ କରିବାକୁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.