Home କୋରାପୁଟ କୋଭିଡ ସଂକ୍ରମଣ ରୋକିବା ଓ ପରିଚାଳନା ନିମନ୍ତେ ଜିଲ୍ଲା ବିଜେପି ପ୍ରତିନିଧି ଦଳ  ଜିଲ୍ଲାପାଳଙ୍କ ସହ...

କୋଭିଡ ସଂକ୍ରମଣ ରୋକିବା ଓ ପରିଚାଳନା ନିମନ୍ତେ ଜିଲ୍ଲା ବିଜେପି ପ୍ରତିନିଧି ଦଳ  ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ

46

କୋରାପୁଟ ୨୬-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନଙ୍କ ନେତୃତ୍ୟରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଭେଟି କୋଭିଡ ସଂକ୍ରମଣ ରୋକିବା ଓ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ ।କୋଭିଡ ହସପିଟାଲରେ ଶଯ୍ୟା , ଭେଟିଂଲେଟର ଓ ଆଇସିୟୁ ବୃଦ୍ଧି କରାଇବା , ସୀମାନ୍ତ ଅଂଚଳରେ  ଯାଂଚ କଡାକଡି କରିବା ସହ ସେଠାରେ କୋଭିଡ କେୟାର ସେଂଟର ସ୍ଥାପନ କରିବା , ସମସ୍ତ ଟୀକାକରଣ କେନ୍ଦ୍ରରେ ଲୋକଙ୍କ ପାଇଁ ପାନୀୟଜଳର ସୁବନ୍ଦୋବସ୍ତ କରିବା ,ପଂଚାୟତ ସ୍ତରରେ ସଂଘରୋଧ କେନ୍ଦ୍ର ସ୍ଥାପନ କରିବା ,ଆବାସୀ ପ୍ରବାସୀମାନଙ୍କୁ ସଙ୍ଗେ ସଙ୍ଗେ  ସଂଘରୋଧ କରିବା ,ଅଧିକା ଟେଷ୍ଟିଂ ସେଂଟର ସ୍ଥାପନା କରିବା ,ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଧିକା ଡାକ୍ତର  ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି କରିବା ,କଟକଣାକୁ ଉଲଂଘନ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ,  ଫୁଟପାଥ ବେପାରୀ  ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଆଲୋଚନା କରିଥିଲେ ।ଆସନ୍ତା ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ ବୟସ ବ୍ୟକ୍ତିମାନଙ୍କର ଟୀକାକରଣ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ବ୍ୟବସ୍ଥା କରିବାକୁ ଦାବି କରିଥିଲେ ।କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ,ଜୟପୁର ବିଧାୟକ ପ୍ରାର୍ଥୀ ଗୈାତମ ସାମାନ୍ତରାୟ ,କୋରାପୁଟ ବିଧାୟକ ପ୍ରାର୍ଥି ତ୍ରୀପୁରାରୀ ଗରଡା ,କୋରାପୁଟ ନଗର ସଭାପତି ବିଜୟ କୁମାର ଦଳେଇ , ପୂର୍ବତନ ଜିଲ୍ଲା ସଭାପତି ଜୟରାମ ଗରଡା  ଓ ବିଜୟ କୁମାର ମିଶ୍ର ,ଗଦାଧର  ବାରିକ , ଜି ସଂଜିବ କୁମାର , ଭାଗିରଥି ପାଟନିଆ ପ୍ରମୁଖ ଦାବିପତ୍ର ଦେବା ବେଳେ ଉପସ୍ଥିତ ଥିଲେ ।କୋଭିଡର ଭୟାବହତା ଦୃଷ୍ଟିରେ ରଖି ସମସ୍ତ ଜନସାଧାରଣ ନିଜର ସୁରକ୍ଷା ନିମନ୍ତେ କୋଭିଡ କଟକଣାକୁ ମାନି ଚଳିବା ସହ ଆସନ୍ତାମାସ ୧ ତାରିଖରେ ହେବାକୁ ଥିବା ଟୀକାକରଣରେ  ସାମିଲ ହେବାକୁ ପୂର୍ବତନ ସାଂସଦ ଶ୍ରୀ ପାଙ୍ଗୀ କୋରାପୁଟ ଜିଲ୍ଲାର ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.