Home ଜିଲ୍ଲା ପରିକ୍ରମା ବିଜେଡି ନେତା ଅଭିରାମଙ୍କ ବିୟୋଗ

ବିଜେଡି ନେତା ଅଭିରାମଙ୍କ ବିୟୋଗ

22

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ବଡମହିଷଗୋଠ ପଞ୍ଚାୟତ ନରାଜପୁର ବଡଶାସନ ଗ୍ରାମର ବିଜେଡି ନେତା ଅଭିରାମ ଶତପଥୀ(୬୦)ଙ୍କ ପରଲୋକ ଘଟିଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲେ । ଗତକାଲି ଅଧିକ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ସ୍ଥାନୀୟ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ବାସ ଭବନରେ ବହୁ ବିଶିଷ୍ଠ ବ୍ୟକ୍ତି ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶବାଧାରରେ ସାମିଲ ହୋଇଥିଲେ । ପରେ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ସତ୍କାର କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ବିଧବା ସ୍ତ୍ରୀ, ପୁଅ, ଝିଅ ଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ବିିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବରିଷ୍ଠ ନେତା ଦେବେନ୍ଦ୍ର ତ୍ରିପାଠୀ, ବିଜେଡି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ, ଶ୍ରୀନାଥ ମହାନ୍ତି, କାହ୍ନୁଚରଣ ଦାସ, ଯୁବ ନେତା ସତ୍ୟସାଧନ ବେଜ, ଚକ୍ରଧର ପାଣିଗ୍ରାହୀ, ବିଜେପିନେତା ଗୋପାଳକୃଷ୍ଣ ଦାଶ, ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.