Home ଜିଲ୍ଲା ପରିକ୍ରମା ପନଖାରେ ସତ୍ୟନାରାୟଣ ପାଲା ଅନୁଷ୍ଠିତ

ପନଖାରେ ସତ୍ୟନାରାୟଣ ପାଲା ଅନୁଷ୍ଠିତ

11

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଲଣା ନିକଟ ପନଖା ଗ୍ରାମରେ ବାର୍ଷିକ ପାଲା ଆରମ୍ଭ ହୋଇଛି । ଗ୍ରାମର ସତ୍ୟନାରାୟଣ ପାଲା ପୀଠରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଛି ଜଗନ୍ନାଥ ସଂସ୍କୃତି ଆଧାରିତ ପାଲା । ଏହି ପାଲାପୀଠ ବ୍ଲକର ଅନ୍ୟତମ ପ୍ରାଚୀନ ପାଲାପୀଠ ଭାବେ ବିବେଚିତ । ଗାୟକ ସାରସ ସୌରଭ ଦୁଶ୍ମନ୍ତ କୁମାର ବେହେରା ଓ ସାଥିଙ୍କ ଦ୍ୱାରା ‘ସତ୍ୟନାରାୟଣ ନାମକରଣ ଉପାଖ୍ୟାନ’, ‘ରାମାୟଣ’ ଓ ‘କଂସବଦ୍ଧ’ ଆଦି ବିଷୟରେ ଛାନ୍ଦ, ଚଉପଦୀ, ଶ୍ଳୋକ ଆଦିର ବିଭିନ୍ନ ଉପମା ଓ ଅଳଙ୍କାର ସାହିତ୍ୟ ଚର୍ଚ୍ଚା ସ୍ରୋତାମାନଙ୍କୁ ଆନନ୍ଦ ପ୍ରଦାନ କରୁଛି । ଆଖପାଖ ଅଞ୍ଚଳର ବହୁ ପାଲାପ୍ରେମୀଙ୍କ ସମାଗମ ପାଲା ଶ୍ରବଣ ପାଇଁ ହେଉଛି । ଆଗାମୀ ୨୫ ତାରିଖରେ ଉଦଯାପିତ ହେବାକୁ ଥିବା ଏହି ପାଲାକୁ ପାଲା କମିଟିର ସଭାପତି ବସନ୍ତ କୁମାର ରାଉତ, ସମ୍ପାଦକ ଡା.ବିଜୟ କୁମାର ରାଉତ ଓ ଗ୍ରାମବାସୀମାନେ ପରିଚାଳନା କରୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.