Home କୋରାପୁଟ ବାଲଡା ସରପଂଚ  ନିଜ ଦାୟିତ୍ୱ ସହ ସ୍କୁଲ ରୋଷେୟା ତଥା ସେବକ ଦାୟିତ୍ୱ ତୁଲାଇ ଦୁଇଆଡୁ...

ବାଲଡା ସରପଂଚ  ନିଜ ଦାୟିତ୍ୱ ସହ ସ୍କୁଲ ରୋଷେୟା ତଥା ସେବକ ଦାୟିତ୍ୱ ତୁଲାଇ ଦୁଇଆଡୁ ପାରିଶ୍ରମିକ ନେଉଥିବା ଅଭିଯୋଗ

81

କୋରାପୁଟ ୨୬-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପଂଚାୟତ ନାଟକୀୟ କାହାଣୀର ଆଉ ଏକ ନୂଆମୋଡ ଆସିଥିବା ଜଣାପଡିଛି ।ବାଲଡା ସରପଂଚ ଦୈତ୍ୟ ଭୂମିକାରେ ଦୁଇଆଡୁ ପାରିଶ୍ରମିକ ନେଉଥିବା ନାଏବ ସରପଂଚ ଅଭିଯୋଗ କରିଛନ୍ତି ।
ବାଲଡା ସରପଂଚ ରୁକ୍ମିଣୀ ହାଡପୁଟିଆ  ସରପଂଚ ଦାୟିତ୍ୱ ସହ ମାଳିଭୀମଡଲ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ତଥା ସେବକ କାର୍ଯ୍ୟ କରି ଦୁଇଆଡୁ ଦରମା ନେଉଥିବା ନାଏବ ସରପଂଚ  ମଧୁସୂଦନ ଦୋରା ଆଜି ଜିଲ୍ଲାପାଳ ,ଉପଜିଲ୍ଲାପାଳ ଓ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ  କରିଥିବା ଜଣାପଡିଛି ।ନିର୍ବାଚନୀ ଯାଂଚ ସମୟରେ ନନ୍ଦପୁର ବିଡିଓ କିପରି ଜାଣିପାରିଲେ ନାହିଁ ବୋଲି  ସେ ପ୍ରଶ୍ନ କରିବା ସହ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଟାନ ନେବାକୁ ସେ ଦାବି କରିଛନ୍ତି ।ଦାବିପତ୍ର ପ୍ରଦାନ ବେଳେ ଓାର୍ଡ ନମ୍ବର ୫ ସଭ୍ୟା ଜମ୍ବାବତୀ ହନ୍ତାଲ ,ଓାର୍ଡ ନମ୍ବର ୭ ସଭ୍ୟା ରଇଲା ବଡନାୟକ ,ଓାର୍ଡ ନମ୍ବର ୨ ସଭ୍ୟା ଜେମା ଦେସ୍ତୀ ଓ ବାଲଡା ଗ୍ରାମର ଓାର୍ଡ ମେମ୍ବର ସଇତା ମୁଦୁଲି ଉପସ୍ଥିତ ଥିଲେ ।
ସୁଚନାଯୋଗ୍ୟ ଯେ ଦୁଇଦିନ ତଳେ ବାଲଡା ପଂଚାୟତ ଜିପିଟିଏ ସୁଚିଶ୍ମିତା ପରିଜାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ନାଏବ ସରପଂଚ ମଧୁସୂଦନ ଦୋରା ଓ ଓାର୍ଡ ସଭ୍ୟ ଓ ସଭ୍ୟାମାନେ ଦାବିପତ୍ର ପ୍ରଦାନ କରିଥିଲେ ।ଦାବିପତ୍ର ପ୍ରଦାନର ୨୪ ଘଂଟା ନ ପୂରୁଣୂ ସରପଂଚ ରୁକ୍ମିଣୀ ହାଡପୁଟିଆ କିଛି ଓାର୍ଡ ସଭ୍ୟ ଓ ସଭ୍ୟାଙ୍କ ସହ ମିଶି ନାଏବ ସରପଂଚଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।ପଂଚାୟତର ହାଇଡ୍ରାମାରେ କିଏ ନିର୍ଦ୍ଦେଶକ ବୋଲି ନନ୍ଦପୁର ତଥା ବାଲଡା ଜଣସାଧାରଣଙ୍କ ମଧ୍ୟରେ ଆଲୋଚ୍ୟର ବିଷୟ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.