Home କୋରାପୁଟ କୋରାପୁଟ ଜିଲ୍ଲାର ୯ ଟି ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି

କୋରାପୁଟ ଜିଲ୍ଲାର ୯ ଟି ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି

21

କୋରାପୁଟ ୨୬-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ୯ ଟି ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ରହିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ବୋରିଗୁମ୍ମା ,ଲମତାପୁଟ , କୋଟପାଡ ,କୁନ୍ଦ୍ରା ,ବନ୍ଧୁଗାଁ ,ଲକ୍ଷ୍ମିପୁର ,ନନ୍ଦପୁର ,କୋରାପୁଟ ଓ ପଟ୍ଟାଙ୍ଗୀ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ରହିଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ସୂଚନା ଦେଇଛନ୍ତି ।ପଟ୍ଟାଙ୍ଗୀ ବ୍ଲକର କୋଟିଆ ଏବେ ଚର୍ଚ୍ଚାରେ ରହିଥିବା ବେଳେ ସେଠାରେ ବ୍ଲକ ,ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଅଛି ।କିନ୍ତୁ ସେହି ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡିଛି ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପଦ ଖାଲି ରହିଛି ।ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱଛଭାରତ ମିଶନ ଓ ଆଇଏଚଏଚଏଲ ପ୍ରକଳ୍ପର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ରହିଥିବା ବେଳେ ଜିଲ୍ଲାରେ ପଦବୀଟି ଖାଲି ରହିଥିବାରୁ ସ୍ୱଛଭାରତ ମିଶନ ହେଉ କିମ୍ବା ଆଇଏଚଏଚଏଲ କାର୍ଯ୍ୟ କିପରି ଚାଲିବ ତାହା ଏବେ ବଡ ପ୍ରଶ୍ନ ହୋଇଯାଇଛି ।କାର୍ଯ୍ୟାଳୟରେ ଭିବାଗୀୟ ଅଧିକାରୀ ପଦବୀ ଖାଲି ରହିଥିବା ବେଳେ କନିଷ୍ଠ ରାଜସ୍ୱ ସହାୟକ ୪ ଟି ଅନୁମୋଦନ ଥିବା ବେଳେ ୨ ଜଣ କାର୍ଯ୍ୟରତ , ସେହିପରି ବରିଷ୍ଠ ରାଜସ୍ୱ ସହାୟକ ୬ଟି ଅନୁମୋଦନ ରହିଥିବା ବେଳେ ୨ ଜଣ କାର୍ଯ୍ୟରତ ଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଏହି ସବୁ ପଦବୀ ନିହାତି ଜରୁରୀ ଅଟେ ତେଣୁ ରାଜ୍ୟ ସରକାର ତୁରନ୍ତ ଉପରୋକ୍ତ ପଦବୀ ଗୁଡିକ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.