ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରେଳବାଇର ତମ୍ବା ତାର ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଧାମନଗର ପୋଲିସ। ଏକ ଘର ପରିସରରୁ ପ୍ରାୟ ବିପୁଳ ତମ୍ବା ତାର ଜବତ କରିବା ସହ ଏହି ଘଟଣାରେ ଜଣେ ଯୁବକଙ୍କୁ କାବୁ କରିଛି ପୋଲିସ।ପୋଲିସ ସୂତ୍ରରୁ ପ୍ରକାଶ, ସୋମବାର ଅପରାହ୍ନ ପ୍ରାୟ ୨ ଟା ୨୦ ରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧାମନଗର ଥାନାର ଏକ ପାଟ୍ରୋଲିଂ ଟିମ୍ ହବିବ ନଗରସ୍ଥିତ ଭାରତ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରିଥିଲା। ସେଠାରେ ଗୁଲାମ ମୁସ୍ତାଫା ଖାନ୍ ନିଜ ଘର ପରିସରରେ କଳା ପାଲ ଘୋଡ଼ାଇ ତମ୍ବା ତାର ବଣ୍ଡଲ୍ ରଖିଥିବା ଦେଖିବାକୁ ମିଳିଥିଲା। ପୋଲିସକୁ ଦେଖି ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିଥିବାବେଳେ ତାଙ୍କୁ କାବୁ କରାଯାଇଥିଲା। ପରେ ସାକ୍ଷୀଙ୍କ ଉପସ୍ଥିତିରେ ପ୍ରାୟ ତମ୍ବା ତାର ଜବତ କରାଯାଇଥିଲା। ତାର ସମ୍ପର୍କିତ କୌଣସି ବୈଧ କାଗଜପତ୍ର ଅଭିଯୁକ୍ତ ଦେଖାଇ ପାରିନଥିବା ଏଫ୍ଆଇଆରରେ ଉଲ୍ଲେଖ ରହିଛି। ପ୍ରାଥମିକ ପଚରା ଉଚରା ରେ ଅଭିଯୁକ୍ତ ଏହି ତାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଭାଟପୁର ଅଂଚଳର ଆଣିଥିବା କହିଥିଲା । ଏହାକୁ ବେଆଇନ ଭାବେ ବିକ୍ରି କରି ଲାଭ ହାସଲ କରିବା ଉଦ୍ଦେଶ୍ୟ ଥିବା ଅଭିଯୋଗ ହୋଇଛି।ଏନେଇ ଧାମନଗର ଥାନାରେ କେସ୍ ନଂ. ୪୯୭/୨୦୨୬ରେ ବିଏନ୍ଏସ୍ର ଧାରା ୩୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଛନ୍ତି।






