Home ଜିଲ୍ଲା ପରିକ୍ରମା ଧାମରାରେ ମା’ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ରାଜସ୍ୱ ମନ୍ତ୍ରୀ,ବୋଇତ ବନ୍ଦାଣକୁ ରାଜ୍ୟ ସ୍ତରୀୟ...

ଧାମରାରେ ମା’ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବରେ ରାଜସ୍ୱ ମନ୍ତ୍ରୀ,ବୋଇତ ବନ୍ଦାଣକୁ ରାଜ୍ୟ ସ୍ତରୀୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି

1

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଠାରେ ମା’ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ ୧୦ବର୍ଷରେ ପଦାର୍ପଣ କରିଛି। ଏହି ପରିପ୍ରେକ୍ଷୀରେ କମିଟି ପକ୍ଷରୁ ଧାମରାଇ ଙ୍କ ନିକଟରେ ପୂଜାର୍ଚ୍ଚନା ସାରି ୭ଜଣ ସାଧବଙ୍କୁ ନେଇ ସୁସଜ୍ଜିତ ବୋଇତ କେନ୍ଦ୍ରାପଡା ଜିଲ୍ଲାର ନଳିତାପାଟିଆକୁ ଜଳଯାତ୍ରା କରିଥିଲେ। ସେଠାରେ ଥିବା ଶିବ ମନ୍ଦିରରେ ପୂଜାର୍ଚନା ସାରି ଧାମରା ଫେରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଏହି ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଧାମରା ଭଳି ସ୍ଥାନରେ ଗଢିଉଠିଥିବା ବନ୍ଦର ତଥା ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବୀତ କରି ରଖିଥିବା ଏହି ଓଡିଶା ଆଜି ସାରା ଭାରତରେ ନିଜର ଅସ୍ମିତାକୁ ବଜାଇ ରଖିପାରିଥିବାରି ନିଜକୁ ଗର୍ବିତ ମନେ କରିବା ସହ ଧାମରାରେ ଏହି ନୌବାଣିଜ୍ୟ ପରମ୍ପରା ପାଇଁ ରାଜ୍ୟ ସରକାର ନିଶ୍ଚୟ ଦୃଷ୍ଟି ଦେବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ବ୍ୟକ୍ତି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଭଦ୍ରକ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ରାଜ୍ୟ ମହିଳାମୋର୍ଚା ସଭାପତି ଏøøଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ। ସନ୍ଧ୍ୟାରେ ସିନେ ତାରକା ଅନୁରାଧା ପାଣିଗ୍ରାହୀ, ସ୍ୱପ୍ନା ପ୍ରିୟଦର୍ଶନୀ, ସମ୍ବିତ ଏବଂ ଶୈଳେନ୍ଦ୍ରଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଅଂଚଳବାସୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ହୋଇଥିବା କାର୍ଯ୍ୟକ୍ରମକୁ ଧାମରା ଆଠ ପଂଚାୟତର ବିଜେପି କର୍ମୀ ଏବଂ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.