Home ଜିଲ୍ଲା ପରିକ୍ରମା ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ : ଚରମ୍ପା କ୍ରିକେଟ ଏକାଡେମୀ ୮ ଉଇକେଟରେ ବିଜୟୀ

ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ : ଚରମ୍ପା କ୍ରିକେଟ ଏକାଡେମୀ ୮ ଉଇକେଟରେ ବିଜୟୀ

14

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲରେ ‘ଭିଜନ -୨୦୨୪’ ଜିଲ୍ଳା କ୍ରିକେଟ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହେଉଥିବା ଆନ୍ତ ଜିଲ୍ଲା କ୍ଲବ କ୍ରିକେଟର ଆଜିର ମ୍ୟାଚରେ ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ ହୋଇଛି । ଆଜିର ମ୍ୟାଚ ଜଗନ୍ନାଥପୁର କ୍‌୍ରିକେଟ କ୍ଲବ (ଜେସିସି) ଓ ଚରମ୍ପା କ୍ରିକେଟ୍ ଏକାଡେମୀ (ସିସିଏ) ମଧ୍ୟରେ ଖେଳା ଯାଇଥିଲା । ଜେସିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୩୦.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୩୧ରନ କରିଥିଲା । ଦଳ ପକ୍ଷରୁ ଆଶୁତୋଷ ବେହେରା ୨୭ ଓ ଆଶିଷ କୁମାର ସାହୁ ୨୦ ରନ କରିଥିଲେ । ସିସିଏ ପକ୍ଷରୁ ସତ୍ୟମ୍ କୁମାର ୩ଟି ଓ କରୁଣାକର ବିନ୍ଧାଣି ୨.୫ ଓଭରରେ ୩ଟି ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗ୍‌ସରେ ବ୍ୟାଟିଂ କରି ଚରମ୍ପା କ୍ରିକେଟ ଏକାଡେମୀ ମାତ୍ର ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ଜୀବନଜ୍ୟୋତି ବେହେରା ୪୪, କୁମାର ମଙ୍ଗଳମ୍ ଖେମ୍‌କା ୩୫ ଓ ଆୟୁଷ୍ମାନ ଦାସ ୨୧ରନ କରିଥିଲେ । ଜେସିସି ପକ୍ଷରୁ ଅମିତାଂଶୁ ମଲ୍ଲିକ ୧ଟି ଉଇକେଟ ନେଇଥିଲେ । ଜୀବନ ଜ୍ୟୋତି ବେହେରାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ, ସାର୍ଥକ ବିଶ୍ୱାଳ, ପ୍ରଦିପ କୁମାର ନାୟକ, ସସ୍ମିତା ସାହୁ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.