Home ଜିଲ୍ଲା ପରିକ୍ରମା ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବର୍ବୋରଚିତ ଆକ୍ରମଣ ବିରୋଧରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିବାଦ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବର୍ବୋରଚିତ ଆକ୍ରମଣ ବିରୋଧରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିବାଦ

43

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁପରିଷଦ ତରଫରୁ ବାଂଲାଦେଶରେ ହିନ୍ଦୁମାନଙ୍କର ହତ୍ୟା ସହ ମଠ ମନ୍ଦିର ଉପରେ ଜିହାଦିମାନଙ୍କର ଆକ୍ରମଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ପ୍ରକାଶଥାଉକି ଆଫଗାନିସ୍ଥାନ ଉପରେ ତାଲିବାନୀ ମାନଙ୍କର ଶାସନ ହେବାପରେ ଅନ୍ୟ ପଡୋଶୀ ଦେଶ ମାନଙ୍କରେ ମଧ୍ୟ ଜେହାଦୀ ଆତଙ୍କବାଦୀମାନଙ୍କ ଆକ୍ରମଣ ନିରନ୍ତରଭାବେ ବୃଦ୍ଧି ପାଇଛି । କେବଳ ଦୂର୍ଗାପୂଜା ସମୟରେ ହିଁ ବାଂଲାଦେଶରେ ୨୨ଟି ଜିଲ୍ଲାରେ ହିଂସାର ଘଟଣାମାନ ଘଟିଛି । ହିନ୍ଦୁମାନଙ୍କର ୧୫୦ରୁ ଅଧିକ ଦୁର୍ଗାପୂଜା ମଣ୍ଡପକୁ ଅପବିତ୍ର କରାଯାଇ ନଷ୍ଟଭ୍ରଷ୍ଟ କରିଦିଆଯାଇଛି । ନୂଆଖଲିର ଇସ୍କନ ମନ୍ଦିର, ଢାକାର ଢାକେଶ୍ୱରୀ ମନ୍ଦିର, ବନ୍ଦରବନର ଲାମାହରୀ ମନ୍ଦିର, ଚାନ୍ଦପୁର ଶ୍ରୀରାମକୃଷ୍ଣ ମିଶନ ଆଶ୍ରମ, ଚୌକ ବଜାରର କରୁଣାମୟୀ କାଳୀ ମନ୍ଦିର, କୁଉଁରୀ ଗ୍ରାମର ଅନ୍ୟାନ୍ୟ ସାତଟି ମନ୍ଦିର ଏବଂ ଆହୁରି ଅନେକ ଛୋଟବଡ ହିନ୍ଦୁମାନଙ୍କର ଧର୍ମପୀଠ ଗୁଡିକୁ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଛି । ଆହୁରି ମଧ୍ୟ ହିନ୍ଦୁ, ବୌଦ୍ଧମାନଙ୍କର ଘର, ଦୋକାନ ଏବଂ ଧର୍ମାନୁଷ୍ଠାନମାନଙ୍କରେ ହିଂସା ଜଳାପୋଡା, ଲୁଟତରାଜର ତାଣ୍ଡବଲୀଳା ହୋଇଛି ତାହା ଅବର୍ଣ୍ଣନୀୟ । ଏହିଘଟଣାରେ ୧୦-୧୧ଜଣ ହିନ୍ଦୁଙ୍କୁ ନିର୍ମମ ହତ୍ୟା ହୋଇଛି । ଦେବଦେବୀମାନଙ୍କର ମୂର୍ତ୍ତି ଖଣ୍ଡିତ କରାଯାଇଛି, ଅନେକ ହିନ୍ଦୁମାନଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି, ମା ଭଉଣୀମାନଙ୍କର ଉଜ୍ଜତ ଲୁଟ୍ କରାଯାଇଛି । ଏସବୁ ଘଟଣା ଘଟିଗଲାପରେ ମଧ୍ୟ ବାଂଲାଦେଶ ସରକାର ଆଖିବୁଜି ବସିଛନ୍ତି ।

ଏହାର ପ୍ରତିବାଦ ସ୍ୱରୂପ ଆଜି ବିଶ୍ୱହିନ୍ଦୁ ପରିଷଦ ତରଫରୁ ସ୍ଥାନୀୟ ଗାନ୍ଧୀପଡିଆ ଶିଶୁ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପାଞ୍ଚଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତି ଅବୈଧଭାବରେ ଭାରତରେ ବସବାସକରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଶିଘ୍ର ଭାରତ ଛାଡିବା ପାଇଁ ଚେତାବନି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଭଦ୍ରକ ଇସ୍କନର ତରଫରୁ ଉତ୍ତର ଓଡିଶା ରିଜିଓନାଲ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌରଦାସଙ୍କ ନେତୃତ୍ୱରେ ଇସ୍କନର ବହୁ କାର୍ଯ୍ୟକର୍ତ୍ତା, ସେହିପରି ଗାୟତ୍ରୀ ପରିବାରର କରୁଣାକର ସାମଲ ଏବଂ ତାଙ୍କ ସହଯୋଗୀମାନେ ସାମିଲ ହୋଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନଗର ସଂଘ ଚାଳକ ନୀଳକଣ୍ଠ ସାହୁ, ଜିଲ୍ଲା ପ୍ରଚାରକ ରଶ୍ମୀରଞ୍ଜନ ମହାକୁଡ, ଭାଗବତ ବାରିକ,ବିଦ୍ୟାର୍ଥୀ ପରିଷଦର ସୋନୁଲାଲା, ଅଚ୍ୟୁତ ଆରଣ ଯୋଗଦେଇଥିବା ବେଳେ ବିଶ୍ୱହିନ୍ଦୁପରିଷଦର ଜିଲ୍ଲା ସଂପାଦକ କାହ୍ନୁଚରଣ ସିଂ, ନିରଞ୍ଜନ ସାହୁ, ପୁନିଲ ସାମନ୍ତ ସରୋଜିନୀ ଦାସ, କୃଷ୍ଣଚନ୍ଦ୍ର ଦାସ, କୈଳାସ ଦାସ, ମହେଶ୍ୱର ବେହେରା, ବଜରଙ୍ଗଦଳର ବିପିନ ପଣ୍ଡା, ବ୍ରହ୍ମ୍ମାନନ୍ଦ ସାହୁ, ସଞ୍ଜୟ ସ୍ୱାଇଁ, ଶକ୍ତିଦତ୍ତ ଦାସ, ରଞ୍ଜନ ମଲ୍ଲିକ, ମନ୍ମଥ ନାୟକ, ସଞ୍ଜିବ ଦାସ, ଚନ୍ଦ୍ରଶେଖର ରାଉତ, ହରେନ୍ଦ୍ର ରାଉତ, ମୃତ୍ୟୁଞ୍ଜୟ ସୂତାର, ସୁଶାନ୍ତ ସାହୁ ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବୋଲି ବଜରଙ୍ଗ ଦଳର ନଗର ସହସଂଯୋଜକ ସନ୍ତୋଷ ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.