Home କଟକ ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର ଗୁରୁତର ଅସୁସ୍ଥ

ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର ଗୁରୁତର ଅସୁସ୍ଥ

57

ସାଲେପୁର, ୧୮/୦୭ (ଓଡ଼ିଆ ପୁଅ/ଅଭୟ ଜେନା) ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର ଗୁରୁତର ଅସୁସ୍ଥ ହୋଇ ବର୍ତ୍ତମାନ ଶଯ୍ୟାଶାୟୀ ଅବସ୍ଥାରେ ମାହାଙ୍ଗା ବ୍ଲକ ଗୋପାଳପୁର ନିକଟ ସାହା ନିଆଜପୁର ବାସଭବନରେ ଥାଇ ଚିକିତ୍ସାଧୀନ ଅଛନ୍ତି। ସାମ୍ବାଦିକ ଶ୍ରୀ ସୂତାର ଦୀର୍ଘ ଦିନ ଧରି ମାତୃଭୂମିର ମାହାଙ୍ଗା ଅଂଚଳର ସାମ୍ବାଦିକ ଭାବେ କାର୍ଯ୍ୟ କରି ଥିଲେ। ସେ ମଧ୍ୟ ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଥିଲେ। ରାଜ୍ୟର ବିଭିନ୍ନ ସାମାଜିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଶ୍ରୀ ସୂତାର ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ଉପସଭାପତି ଭାବେ କାର୍ଯ୍ୟ କରିଛନ୍ତି। ସମ୍ପ୍ରତି ଗୁରୁତର ଅସୁସ୍ଥ ଶ୍ରୀ ସୂତାରଙ୍କ ବୟସ ୯୦ ବର୍ଷ ବୋଲି ପରିବାର ସୂତ୍ରରୁ ଜଣାପଡିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବାକୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.