Home ଜିଲ୍ଲା ପରିକ୍ରମା ଆଖୁଆପଦାକୁ ନୂତନ ଜଳସମ୍ପଦ ବିଭାଜନ ଭାବେ ମାନ୍ୟତା, ପ୍ରଦୀପ କୁମାର ଷଡଙ୍ଗୀ ଅଧିକ୍ଷଣ ଯନ୍ତ୍ରୀ ନିଯୁକ୍ତ

ଆଖୁଆପଦାକୁ ନୂତନ ଜଳସମ୍ପଦ ବିଭାଜନ ଭାବେ ମାନ୍ୟତା, ପ୍ରଦୀପ କୁମାର ଷଡଙ୍ଗୀ ଅଧିକ୍ଷଣ ଯନ୍ତ୍ରୀ ନିଯୁକ୍ତ

44

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳସମ୍ପଦ ବିଭାଗ ଆଖୁଆପଦା ଉପଖଣ୍ଡକୁ ଡିଭିଜନ କାର୍ଯ୍ୟାଳୟ ଭାବେ ମାନ୍ୟତା ମିଳିଛି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗର ଗତ ୧୬ ତାରିଖରେ ପ୍ରକାଶିତ ୧୭୨୧୮ନଂ ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ ଆଖୁଆପଦା ବିଭାଜନର ପ୍ରଥମ ଅଧିକ୍ଷଣ ଯନ୍ତ୍ରୀ ଭାବେ ପ୍ରଦୀପ କୁମାର ଷଡଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି । କଟକ ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ଥିବା ଶ୍ରୀ ଷଡଙ୍ଗୀଙ୍କୁ ପଦୋନ୍ନତି ଭିତ୍ତିରେ ଏହି ନିଯୁକ୍ତି ଦିଆଯାଇଛି । ଏହି ବିଜ୍ଞପ୍ତିରେ ଯାଜପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ ଧନେଶ୍ୱର ସାମଲଙ୍କୁ ପଦୋନ୍ନତି ଭିତ୍ତିରେ ନିଯୁକ୍ତି ଦିଆଯାଇଛି । ଚଣ୍ଡିଖୋଲ ଠାରେ ଥିôବା ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅପଗ୍ରେଡ କରାଯାଇ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ ମୁଖ୍ୟଯନ୍ତ୍ରୀ ଏବଂ ବି.ଏମ. ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଭାବେ ପୁର୍ନଗଠନ କରାଯାଇଛି । ଚଣ୍ଡିଖୋଲ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଖୁଆପଦା ଡିଭିଜନ କାର୍ଯ୍ୟ କରିବ ବୋଲି ବିଭାଗୀୟ ପୁର୍ନଗଠନ କରାଯାଇଛି । ଆଖୁଆପଦା ଡିଭିଜନ ଅଧିନରେ ଆଖୁଆପଦା, ଧାମନଗର ଓ ଚାନ୍ଦବାଲି ଉପଖଣ୍ଡ ରହିବ ବୋଲି ଜଣାଯାଇଛି । ଜଳସମ୍ପଦ ବିଭାଗ ସାଳନ୍ଦୀ ଡିଭିଜନରୁ ବୈତରଣୀ ନଦୀର ଚାନ୍ଦବାଲି ଉପଖଣ୍ଡକୁ ବିଚ୍ଛିନ୍ନ କରାଯାଇ ଆଖୁଆପଦା ଡିଭିଜନ ଅଧିନରେ ସଂଯୋଜିତ କରାଯିବ । ଏହା ଦ୍ୱାରା ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ସିଷ୍ଟମ ସମ୍ପୁର୍ଣ୍ଣ ଭାବେ ଆଖୁଆପଦା ବିଭାଜନ ଅଧିନରେ କାର୍ଯ୍ୟ କରିବ ବୋଲି ସ୍ଥାନୀୟ ଉପଖଣ୍ଡ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଭଦ୍ରକ ଜିଲ୍ଲାବାସୀଙ୍କ ପକ୍ଷରୁ ବହୁ ଦିନ ଧରି ହୋଇ ଆସୁଥିବା ଏହି ଦାବି ପୂରଣ ହୋଇଛି । ଏହି ନୂତନ ବ୍ୟବସ୍ଥା ଦ୍ୱାରା ବୈତରଣୀ ନଦୀର ବାମପାଶ୍ୱର୍ ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ଅଧିକ ଫଳପ୍ରଦ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.