Home ଜିଲ୍ଲା ପରିକ୍ରମା ବରିଷ୍ଠ ଅଧିବକ୍ତା ତଥା ଭଦ୍ରକ ଓକିଲ ସଂଘର ପ୍ରାକ୍ତନ ସଭାପତି ଗୋଲକ ପ୍ରସାଦ ରାୟଙ୍କୁ ଭକ୍ତପୁତ...

ବରିଷ୍ଠ ଅଧିବକ୍ତା ତଥା ଭଦ୍ରକ ଓକିଲ ସଂଘର ପ୍ରାକ୍ତନ ସଭାପତି ଗୋଲକ ପ୍ରସାଦ ରାୟଙ୍କୁ ଭକ୍ତପୁତ ଶ୍ରଦ୍ଧାଞ୍ଜଳି

39

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟର ବରିଷ୍ଠ ଅଧିବକ୍ତା ତଥା ଭଦ୍ରକ ଓକିଲ ସଂଘର ପ୍ରାକ୍ତନ ସଭାପତି ଏବଂ ଓଡିଶା ରାଜ୍ୟ ବାର କାଉନସିଲର ସଦସ୍ୟ ଗୋଲକ ପ୍ରସାଦ ରାୟଙ୍କୁ ଭଦ୍ରକ ଓକିଲ ସଂଘ ପକ୍ଷରୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘର ସଭାଗୃହ ପରିସରରେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଅମିତାବାଳା ଆଚାର୍ଯ୍ୟ, ବରିଷ୍ଠ ଆଇନ୍‌ଜୀବି ନିରାକାର ଜେନା,ନିତ୍ୟାନନ୍ଦ ଦାସ, ଦିବ୍ୟସଂହ ନାୟକ,ଶଶୀଭୂଷଣ ପଣ୍ଡା, ସନ୍ତୋଷ ଆଚାର୍ଯ୍ୟ,ଭଦ୍ରକ ବାର ଆସୋସିଏସନର ପୂର୍ବତନ ସଭାପତି ବିଷ୍ଣୁ ମହାପାତ୍ର,ପର୍ଶୁରାମ ଦ୍ୱିବେଦୀ, ଜ୍ୟୋତିକାନ୍ତ ନାୟକ,ଗିରିଧାରୀ ନାଥ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ,ଯୁଗ୍ମ ସଂପାଦକ ଗୋପବନ୍ଧୁ ଦୀକ୍ଷିତ୍‌, ଚିତ୍ତରଞ୍ଜନ ନାଥ, କରୁଣାକର ଦାସ,ବେଣୁଧର ମଲ୍ଲିକ୍‌. ଆବୁସୋଫିଆନ୍‌,ଦେବେନ୍ଦ୍ର ପଣ୍ଡା,ପ୍ରଫୁଲ୍ଲ ସାମଲ,ଅରୁଣ ମିଶ୍ର,ହରେନ୍ଦ୍ର ଦାସ,ଶ୍ରୀକାନ୍ତ ବିଶ୍ୱାଳ,ଅମର ବାରିକ୍‌, ରାଜୀବ ବାରିକ୍‌,ସମେତ ବହୁ ବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବିମାନେ ଯୋଗଦେଇ ସ୍ୱର୍ଗତ ରାୟଙ୍କ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେ ଜଣେ ପ୍ରଚଣ୍ଡ ଅଧିବକ୍ତା ତଥା ସାହିତ୍ୟ ,ସଂସ୍କୃତି ପ୍ରେମୀ ଭଲମଣିଷ ଥିଲେ । ସେ ଭଦ୍ରକ ଓକିଲ ସଂଘର ସଭାପତି ଓ ସାଧାରଣ ସଂପାଦକ ଓ ରାଜ୍ୟ ବାର କାଊନସିଲର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗରେ ଓକିଲ ସଂଘ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁରେ ସହର ବହୁମାନ୍ୟଗଣ ବ୍ୟକ୍ତମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶେଷ ଦର୍ଶନ କରିଥିଲେ ।ସେ ଦେୱନି କେଶ ଉପରେ ତାଙ୍କର ଅଗାଧ ପ୍ରାଣ୍ଡିତ୍ୟ ଥିଲେ । ସାରା ରାଜ୍ୟରେ ଦେୱନି କେଶ ଉପରେ ତାଙ୍କର ସୁନାମ ରହିଥିବାବେଳେ କଳିଷ୍ଠ ଆଇନ୍‌ଜୀବିଙ୍କୁ ଓକିଲାତି କ୍ଷେତ୍ରରେ ସାହାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.