Home Top News ଆନ୍ଧ୍ର ରାତ୍ରୀରେ ଅନୁପ୍ରବେଶ କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଛି; ସୀମା ବିବାଦ ସମାଧାନ ପାଇଁ ରାଜସ୍ୱ...

ଆନ୍ଧ୍ର ରାତ୍ରୀରେ ଅନୁପ୍ରବେଶ କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଛି; ସୀମା ବିବାଦ ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିବେ ବିଜେଡି ପ୍ରତିନିଧିଦଳ- ଶ୍ରୀ ପାଣିଗ୍ରାହୀ

75

କୋରାପୁଟ ୪-୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ସମ୍ବାଇ ପଂଚାୟତର ସୁନାବେଡାଠାରେ ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦ ଲାଗିରହିଥିବା ବେଳେ ଆଜି ବିଜେଡିର ଏକ ୫ ଜଣିଆ ପ୍ରତିନିଧି ଦଳ ସୁନାବେଡା ଗସ୍ତ କରି ଲୋକମାନଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି।ସୁନାବେଡାର ୬୦୦ ମିଟର ଦୂରରେ ଥିବା ଆମ୍ବଗଛ ନିକଟରେ ଓଡିଶା-ଆନ୍ଧ୍ର ସୀମାନ୍ତ ନିମନ୍ତେ ଏକ ପଥରରେ ଓ ଏବଂ ଏମ ଲେଖାଯାଇଥିଲା।କିନ୍ତୁ ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଯାଇଥିଲେ।କିନ୍ତୁ ଉକ୍ତ ପଥରଟିକୁ ଘୁଂଚେଇ ଦିଆଯାଇଥିବା ବେଳେ ଓ ଏବଂ ଏମ କୁ ଲିଭାଯାଇଥିବା ପ୍ରତିନିଧି ଦଳ ଦେଖିବାକୁ ପାଇଥିଲେ। ଆନ୍ଧ୍ର ଅଧିକାରୀମାନେ ରାଜସ୍ୱ ମ୍ୟାପ ଆଣି ସୀମା ନିର୍ଦ୍ଧାରଣରେ ଓଡିଶା ସହ ଆଲୋଚନା କରୁ ବୋଲି ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ରାତିଅଧିଆ ଓଡିଶାରେ ଆନ୍ଧ୍ର ଅନୁପ୍ରବେଶ କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ଓ ଆନ୍ଧ୍ର ଉଦ୍ଦେଶ୍ୟମୂଲକ ଭାବେ କାର୍ଯ୍ୟକରୁଛି ବୋଲି ସେ ସୂଚନା ଦେଇଥିଲେ।ଓଡିଶାର ଇଂଜେ ଜମି ଆନ୍ଧ୍ର ନେଇପାରିବ ନାହିଁ ବୋଲି ସେ ଦୃଢକ୍ତି ସହ ପ୍ରକାଶ କରିଥିଲେ।ଆନ୍ଧ୍ରର ନିର୍ବାଚିତ ପ୍ରତିନିଧିମାନେ ସୀମା ବିବାଦର ସମାଧାନ ନିମନ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ।ସୀମା ବିବାଦର ସମାଧାନ ନିମନ୍ତେ ବିଜେଡି ପ୍ରତିନିଧି ଦଳ ରାଜ୍ୟ ରାଜସ୍ୱମନ୍ତ୍ରୀଙ୍କୁ ଭେଟିବେ ବୋଲି ସେ ସୂଚନା ଦେଇଥିଲେ।ଗସ୍ତବେଳେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତୁଲସି କିରସାନି ଦଳରେ ସାମିଲ ହୋଇଥିଲେ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଅର୍ଚ୍ଚନା ଦାସ ସୁନାବେଡା ଏସଡିପିଓ ନିରଞନ ବେହେରା, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ, ପଟ୍ଟାଙ୍ଗୀ ତାନାତ ବାରପ୍ରାପ୍ତ ନିରୀକ୍ଷକ ବିଜୟରାଜ ମାଝି, ସୁପରଭାଇଜର ଆର.ଏନ.ଖଟେଇ, ରାଜସ୍ୱ ନିରୀକ୍ଷକ ଶୋଭା ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।ସମ୍ବାଇ ସରପଂଚ ଆଲୋଚନା ସମୟରେ ଉପସ୍ଥିତ ନ ଥିଲେ ବୋଲି ଜଣାପଡିଛି।ଏହାର ସମାଧାନ ନିମନ୍ତେ ଗତ ୩ ତାରିଖ ଓ ୨୩ ତାରିଖ ଦୁଇଥର କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆନ୍ଧ୍ରର ଅଧିକାରୀମାନଙ୍କ ଆଲୋଚନା କରିଥିଲେ କିନ୍ତୁ ସମାଧାନର ସୂତ୍ର ବାହାରି ନ ଥିଲା।ପରବର୍ତ୍ତୀ ୨୮ ତାରିଖ ଦିନ ଆଉଥରେ ବୈଠକ କରିବା ନିମନ୍ତେ ଉଭୟ ପକ୍ଷ ରାଜିହୋଇଥିଲେ।କିନ୍ତୁ ୨୮ ତାରିଖଦିନ ଆନ୍ଧ୍ରର ଅଧିକାରୀମାନେ ନ ଆସିବାରୁ ବୈଠକ ହୋଇପାରି ନ ଥିଲା।ସୀମା ବିବାଦର ସମାଧାନ ନିମନ୍ତେ ଆନ୍ଧ୍ରର ଆନ୍ତରିକତା ନ ଥିବା ଜଣାପଡୁଛି।ଯଦି ଆନ୍ଧ୍ର ସମାଧାନ ନିମନ୍ତେ ବୈଠକ ନ କରେ ତେବେ ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।ଗସ୍ତ ପୂର୍ବରୁ ବିଜେଡି ପ୍ରତିନିଧି ଦଳ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସହ ଆଲୋଚନା କରିଥିଲେ ଏବଂ ଅଗ୍ରଗତି ସଂପର୍କରେ ଜାଣିବାକୁ ଚାହିଁଥିଲେ।ରାଜସ୍ୱ ଅଧିକାରୀ ଅର୍ଚ୍ଚନା ଦାସ ବିଜେଡି ପ୍ରତିନିଧିଦଳଙ୍କୁ ମ୍ୟାପ ଦ୍ୱାରା କଣ କଣ ଅଗ୍ରଗତି ହୋଇଛି ତାହା ବୁଝାଇଥିଲେ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଆଲୋଚନା ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.