Home ଜିଲ୍ଲା ପରିକ୍ରମା ବନ୍ତଛକର ଉଭୟପାଶ୍ୱର୍ ପାଲଟିଛି ମରଣଯନ୍ତା; ଟ୍ରକ୍ ଧକ୍କାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ

ବନ୍ତଛକର ଉଭୟପାଶ୍ୱର୍ ପାଲଟିଛି ମରଣଯନ୍ତା; ଟ୍ରକ୍ ଧକ୍କାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ

51

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବନ୍ତଛକ ନିକଟରେ ଏକ ଟ୍ରକ୍ ଜଣେ ଅଜଣା ବୃଦ୍ଧଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଏଠାରେ ସୂଚନାଯୋଗ୍ୟ ବନ୍ତଛକ ଠାରୁ ନେହେରୁ ଷ୍ଟାଡିୟମ୍ ଯିବା ରାସ୍ତା ଓ ଅପରପାଶ୍ୱର୍ ବସ୍ ସିଣ୍ଡିକେଟ୍ ଠାରୁ ମହତାବ ଷ୍ଟେଚ୍ୟୁ ଦେଇ ଆରଡି ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉଭୟପାଶ୍ୱର୍ ଏବେ ବହୁ ଗାଡି ଗୁଡିକର ପାର୍କିଂ ସ୍ଥଳ ହୋଇଥିବା ବେଳେ ଗୋଟିଏ ପଟେ ଡ୍ରେନ୍ ଓସାରିଆ ହୋଇ ଅନ୍ୟପଟେ ରାସ୍ତାକୁ ପୋତାଯାଇ ଡିଭାଇଡର ନିର୍ମାଣ ଚାଲିଛି । ଫଳରେ ରାସ୍ତା ଅଣଓସାରିଆ ହୋଇପଡିଛି । ଅନୁରୂପ ବହୁ ଉଠାଦୋକାନୀ ଓ ଟ୍ରଲି-ରିକ୍ସା ଗୁଡିକ ଫଳଠାରୁ ଆରମ୍ଭ କରି ପନିପରିବା ବିକ୍ରି କରୁଥିବାରୁ ଯାତାୟତରେ ବହୁ ସମସ୍ୟା ଦେଖାଦେଇ ଟ୍ରାଫିକ୍ ଜାମ୍ ଭଳି ଅଣାୟତ ପରିସ୍ଥିତି ଉତ୍ପନ୍ନ ହେଉଛି । ଯେଉଁଥିପାଇଁ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟିଚାଲିଛି । ବିଶେଷକରି ଗତ କିଛିଦିନର ଲଘୁଚାପ ବର୍ଷାରେ ବନ୍ତଛକରୁ ନେହେରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପୋଲ ପାଶ୍ୱର୍ରେ ପକାଯାଇଥିବା ମାଟି ଓ କାଦୁଅଗୁଡିକ ଲଗାଣ ବର୍ଷାରେ ଧୋଇହୋଇ ରାସ୍ତାକୁ ପିଛିଳ କରିଛି । ଫଳରେ ସାଧାରଣ ଲୋକଟିଏ ଏହି ରାସ୍ତା ଦେଇ ଚାଲିବା କଷ୍ଟକର ହୋଇପଡୁଥିବାବେଳେ ମୋଟରସାଇକେଲ୍ ଓ ସାଇକେଲ୍‌ର ଗୁଡିକର ଦୁର୍ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି । ଏଣୁ ଏ ଦିଗରେ ଜିଲା ପୁଲିସ୍ ପ୍ରଶାସନ ଓ ପୌରପାଳିକା ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.