Home କେନ୍ଦୁଝର ଲଗାଣ ବର୍ଷା ଓ ପବନ ଯୋଗୁଁ ହରଡ ଚାଷ ନଷ୍ଟ, ଚିନ୍ତାରେ ଚାଷୀ

ଲଗାଣ ବର୍ଷା ଓ ପବନ ଯୋଗୁଁ ହରଡ ଚାଷ ନଷ୍ଟ, ଚିନ୍ତାରେ ଚାଷୀ

102

ହାଟଡିହି- ୧୫ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଲାଗି ରହିବାଦ୍ୱାରା ହରଡ ଚାଷ ନଷ୍ଟ ହୋଇଯାଇଛି । ଏନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ହାଟଡିହି ବ୍ଲକ ସୋସୋ, କାନପୁର, ମରଚାଇପଦା, ହଦଗଡ, ଶଙ୍କଟପାଲିଆ ଆଦି ଗ୍ରାମର ଚାଷୀମାନେ ସେମାନଙ୍କ ଡାହି ଜମି ଉପରେ ହରଡ ଚାଷ କରିଥାନ୍ତି । ଚଳିତବର୍ଷ ହରଡ ଚାଷ ଭଲରକମର ହୋଇଥିବାବେଳେ ଭଲ ଫଳ ଆସିବାନେଇ ଚାଷୀମାନେ ଆଶା ବ୍ୟକ୍ତ କରିଥିଲେ । କିନ୍ତୁ ଫୁଲ ଆସିବା ପୁର୍ବରୁ ବର୍ଷା ପବନରେ ଗଛ ଗୁଡିକ ଭାଙ୍ଗିଯିବା ଦ୍ୱାରା ଚାଷ ସମ୍ପୁର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ସୋସୋ ଗାଁର ଚାଷୀ ପ୍ରଣବ ମହାନ୍ତି ଚଳିତବର୍ଷ ବହୁ ପରିମାଣର ହରଡ ଚାଷ କରିଥିବାବେଳେ ୧୫ରୁ ୨୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ନିୟମିତ ସାର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଗଛ ଗୁଡିକ ହୃଷ୍ଟପୃଷ୍ଟ ହୋଇ ବଡବଡ ଗଛସବୁ ହୋଇଥିଲା । କିନ୍ତୁ ଲଗୁଚାପ ଜନିତ ଲଗାଣ ବର୍ଷା ଓ ପବନ ହେବାଦ୍ୱାରା ହରଡ ଗଛ ଗୁଡିକରେ ଫୁଲ ଆସିବା ଆଗରୁ ତାହା ସବୁ ଭାଙ୍ଗି ତଳେ ଲୋଟିଗଲା । ଏପରିକି ଅନେକ ଗଛ ମୁଳରୁ ମଧ୍ୟ ଉପୁଡି ପଡିଛି । ଗାଉଁଲି ଧାର କରଜ କରି ଚାଷରେ ଖର୍ଚ୍ଚ କରିଥିବା ଅର୍ଥ ଫେରି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜୀବନ ବିକଳେ ଏବେ ଭାଙ୍ଗି ପଡିଥିବା ଗଛ ଗୁଡିକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଦ୍ଦିନରେ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ କିମ୍ବା ପ୍ରଶାସନିକ ସହଯୋଗ ଅଥବା ସରକାରୀ ସହାୟତା ମିଳିଲେ ଚାଷୀମାନେ ବହୁ ଉପକୃତ ହୋଇ ପାରନ୍ତେ ବୋଲି ଚାଷୀ ପ୍ରଣବ ମହାନ୍ତି ସରକାରଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.