Home ଜିଲ୍ଲା ପରିକ୍ରମା ବକେୟା ବିଦ୍ୟୁତବିଲ ଆଦାୟ ବେଳେ ଉପଭୁକ୍ତାଙ୍କ ଆକ୍ରମଣରେ ସାଉଥକୋ ବିଦ୍ୟୁତ କର୍ମଚାରୀ ଆହତ

ବକେୟା ବିଦ୍ୟୁତବିଲ ଆଦାୟ ବେଳେ ଉପଭୁକ୍ତାଙ୍କ ଆକ୍ରମଣରେ ସାଉଥକୋ ବିଦ୍ୟୁତ କର୍ମଚାରୀ ଆହତ

123

ମାଲକାନଗିରି,୨୬ା୮ (ଓଡିଆ ପୁଅ )ମାଲକାନଗିରି ସାଉଥକୋ ବିଦ୍ୟୁତ ବିଭାଗର ଦୁଇଜଣ କର୍ମଚାରୀ ବିଲ କଲେକ୍ସନ କରିବାକୁ ଗାଁକୁ ଯାଇଥିବା ବେଳେ ବିଦ୍ୟୁତ ଉପଭୂକ୍ତାଙ୍କ ଆକ୍ରମଣରେ ଜଣେ ବିଦ୍ୟୁତ କର୍ମଚାରୀ ଆହତ ହୋଇଛନ୍ତି । ଏ ସଂପର୍କରେ ଥାନାରେ ଏତଲା ଦିଆଯାଇଛି । ଆଜି ମାଲକାନଗିରି ସାଉଥକୋ ବିଦ୍ୟୁତ ବିଭାଗର ଅଫିସ ଆସିଷ୍ଟାଟଂ ଗୌରହରି ସାମଲ ଓ ସଂଜିବ କୁମାର ପାତ୍ର ମାଲକାନଗିରି ବ୍ଲକସ୍ଥ ଏମଭି୭ ଗ୍ରାମକୁ ବକେୟା ବିଦ୍ୟୁତ ରାଜସ୍ୱ ଆଦାୟ କରିବାକୁ ଯାଇଥିଲେ । ସେହି ଗ୍ରାମର ଦିପଙ୍କର ବାଲା ନାମକ ଜଣେ ବିଦ୍ୟୁତ ଉପଭୂକ୍ତାଙ୍କର ଦୁଇଟି ବିଦ୍ୟୁତ କନେକ୍ସନର ଦୁଇଟି ବିଲ ବହୁଦିନଧରି ବାକିପଡିଥିଲା । ଗୋଟେଇ ବିଲ ୧୫ହଜାର ହୋଇଥିବା ବେଳେ ଅନ୍ୟଟି ୩୭ହଜାର ଟଙ୍କା ହୋଇଯାଇଥିବାରୁ ତାଙ୍କର ବିଦ୍ୟୁତ ସଂଯୋଗ କାଟିଦିଆ ଯାଇଥିଲା । ଗାଁକୁ ଏହି ଦୁଇଜଣ ବିଦ୍ୟୁତ କର୍ମଚାରୀ ବକେୟା ବିଦ୍ୟୁତ ରାଜସ୍ବ ଆଦାୟ କରିବାକୁ ଯାଇଥିବାର ଦେଖି ତାଙ୍କ ନିକଟକୁ ଦୀପଙ୍କର ଆସି ୧୫ଶହ ଟଙ୍କା ନେଇ ବିଦ୍ୟୁତ କନେକ୍ସନ ସଂଯୋଗ କରିଦିଅ ବୋଲି କହିଥିଲେ । ଦୁଇଟି ବକେୟା ବିଲ ୫୨ହଜାର ଟଙ୍କା ବାକିଥିବା ବେଳେ ମାତ୍ର୧୫ଶହ ଟଙ୍କାରେ ବିଦ୍ୟୁତ ସଂଯୋଗ ହୋଇପାରିବ ନାହିଁ, ଅଧାଟଙ୍କା ବାନ୍ଧିଦେଲେ ବିଦ୍ୟୁତ ସଂଯୋଗ ଦିଆଯିବବୋଲି ବିଦ୍ୟୁତ କର୍ମଚାରୀ ତାଙ୍କୁକହିବାରୁ ସେ ରାଗି ଯାଇ ପାଟିତୁଣ୍ଡ ସହ ଯୁକ୍ତିତର୍କକରିଥିଲେ । ଦୁଇଜଣ କର୍ମଚାରୀ ଅନ୍ୟଜଣଙ୍କ ଘରକୁ ବକେୟା ଟଙ୍କା ଆଦାୟ କରିବା ପାଇଁ ଯାଉଥିବା ବେଳେ ହଟାତ ଏକ କାଠଫାଳିଆ ରେ ଦୀପଙ୍କର ବାଲା ବିଦ୍ୟୁତ କର୍ମଚାରୀ ସଜିଂବକୁମାର ପାତ୍ରଙ୍କୁ ଆକ୍ରମଣ କରି ତାଙ୍କୁ ନିସ୍ତକ ମାଡଦେଇଥିଲେ । ନିକଟରେ ଥିବା ଅନ୍ୟ ବିଦ୍ୟୁତ କର୍ମଚାରୀ ଅଟକାଇବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଆଗେଇ ଆସିଥିଲେ । ଦୁଇ ବିଦ୍ୟୁତ କର୍ମଚାରୀ ଚିତ୍କାର କରିବାରୁ ଦୀପଙ୍କର ବାଲା ମଟର ସାଇକେଲ ଯୋଗେ ସେ ସ୍ଥାନ ଛାଡି ପଳାଇଥିଲେ । ଦୀପଙ୍କର ମାଡରେ ସଂଜୀବଙ୍କ ଅଟାଂ ଓ ହାତରେ ଆଘାତ ଲାଗିଛି ।ଆହତ ବିଦ୍ୟୁତ କର୍ମଚାରୀ ସଜୀଂବ ଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି । ଏହି ଆକ୍ରମଣ ସଂପର୍କରେ ମାଲକାନଗିରି ୟୁନିଟ ସାଉଥକୋ ବିଦ୍ୟୁତ ବିଭାଗ କନିଷ୍ଟ ଯନ୍ତ୍ରୀ ସର୍ବେଶ୍ବର ସତପଥୀ ମାଲକାନଗିରି ଥାନାରେ ଏକ ଏତଲା ଦେବା ପରେ ମାଲକାନଗିରି ଥାନାପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.