Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ନୂତନ ଶ୍ରମ ଉପାୟୁକ୍ତଙ୍କ ଯୋଗଦାନ

କେନ୍ଦ୍ରାପଡାରେ ନୂତନ ଶ୍ରମ ଉପାୟୁକ୍ତଙ୍କ ଯୋଗଦାନ

125

କେନ୍ଦ୍ରାପଡା ୨୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟରେ ନୂତନ ପ୍ରଭାଗୀୟ ଶ୍ରମ ଅଧିକାରୀ(ଡି-ଏଲ-ସି-) ବା ଶ୍ରମ ଉପାୟୁକ୍ତ ଭାବେ ମହେଶ୍ୱର ନାୟକ ବୁଧବାର ଯୋଗଦେଇଛନ୍ତି। ରାଜ୍ୟର ବିଶିଷ୍ଟ ଶ୍ରମିକ ନେତା ତଥା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ନୂତନ ପ୍ରଭାଗୀୟ ଶ୍ରମ ଅଧିକାରୀ ଶ୍ରୀ ନାୟକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। କେନ୍ଦ୍ରାପଡାରେ ଦୀର୍ଘଦିନ ଧରି ଜିଲ୍ଲା ଶ୍ରମ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀ ପଦ ଖାଲି ପଡିଥିବା ଯୋଗୁଁ ନିର୍ମାଣ ଶ୍ରମିକମାନଙ୍କ ବହୁ କଲ୍ୟାଣମୂଳକ କାର୍ଯ୍ୟ ନହୋଇ ପଡିରହିଛି। ଏନେଇ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଜଗତସିଂହପୁର ଜିଲ୍ଲାର ପ୍ରଭାଗୀୟ ଶ୍ରମ ଅଧିକାରୀ(ଡି-ଏଲ-ସି-) କେନ୍ଦ୍ରାପଡା ଜିଲ୍ଲା ପ୍ରଭାଗୀୟ ଶ୍ରମ ଅଧିକାରୀ(ଡି-ଏଲ-ସି-)ଙ୍କ ଅତିରିକ୍ତ ଦାୟୀତ୍ୱରେ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.