Home ଓଡ଼ିଶା ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କେୟାରଫଣ୍ଡ କୁ ତିନି ଜଣ ସମାଜ ସେବୀ ୨,୯୭,୬୬୬ ଟଙ୍କା...

ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କେୟାରଫଣ୍ଡ କୁ ତିନି ଜଣ ସମାଜ ସେବୀ ୨,୯୭,୬୬୬ ଟଙ୍କା ଦାନ କଲେ

655

ମାଲକାନଗିରି,୨୯ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଜନସାଧାରଣ ହା ହତାସ ହେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ତିନିଜଣ ସମାଜ ସେବୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କରୋନା କେୟାର ଫଣ୍ଡକୁ ୨ଲକ୍ଷ୯୭ହଜାର୬୬୬ଟଙ୍କା ଦାନ କରିଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାସଦର ମହକୁମା ମାହେଶ୍ୱରୀ କଲୋନିର ସମାଜ ସେବୀ ବିନୋଦ ତାଓ୍ୟାରୀ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧ଲକ୍ଷ୧୧ହଜାର୧୧୧ଟଙ୍କା ଦାନକରିଛନ୍ତି । ଆଜି ସକାଳେ ବିନୋଦ ଙ୍କ ପୁତ୍ର ଆରିଅନ ତାଓ୍ୟାରୀ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ଜରିଆରେ ୧ଲକ୍ଷ୧୧ହଜାର୧୧୧ଟଙ୍କାର ଚେକ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି । ଠିକ ସେହିପରି ପଡିଆ ବ୍ଲକ ସୋନାଲି ଗ୍ରାମର ସମାଜସେବୀ ଉତମ ମଲ୍ଲିକ ରାଜ୍ୟମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ୧ଲକ୍ଷ ୪୫ହଜାର୫୫୫ଟଙ୍କା, ମାଲକାନଗିରି ଜିଲ୍ଲାସଦର ମହକୁମାର ଭୀର ମର୍ଡନ ରାଇସ ମିଲର ପ୍ରୋପାଇଟର ସମାଜସେବୀ ନିର୍ମଳା ଜୈନ ମାଲକାନଗିରି ରେଡକ୍ରସ ଫଣ୍ଡ କୁ ୫୧ହଜାର ଟଙ୍କା ପ୍ରଦାନ କରିଛନ୍ତି । ଠିକ ସେହିପରି ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗରେ ଆୟୁସୁ, ଭେଟଂଲେଟର ଓ ଅନ୍ୟାନ ଉପକରଣ କ୍ରୟ ପାଇଁ ସାଂସଦ ଫଣ୍ଡରୁ ସ୍ୱାସ୍ଥ୍ୟ ସେବା ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.