Home ଓଡ଼ିଶା ପୋଷ୍ଟ ମାଷ୍ଟରଙ୍କର କେଳେଙ୍କେରୀ ଜମାକାରୀଙ୍କ ଟଙ୍କା ଜମା ନକରି ହଡ଼ପ

ପୋଷ୍ଟ ମାଷ୍ଟରଙ୍କର କେଳେଙ୍କେରୀ ଜମାକାରୀଙ୍କ ଟଙ୍କା ଜମା ନକରି ହଡ଼ପ

35

ବାହାନଗା,୧୧ା୧୨(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣୀ ଗ୍ରାମରେ ଥିବା ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଟଙ୍କା ଜମା ନକରି ତାହାକୁ ହଡ଼ପ କରି ଦେଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଏହି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ସୁଶାନ୍ତ ମଲ୍ଲିକ ପୋଷ୍ଟ ମାଷ୍ଟର ଭାବେ କାର୍ଯ କରନ୍ତି । ଜମାକାରୀଙ୍କର ଅଭିଯୋଗ ଅନୁସାରେ ଫୋଷ୍ଟ ଅଫିସରେ ଟଙ୍କା ଜମା କରନ୍ତି । କିନ୍ତୁ ପୋଷ୍ଟ ମାଷ୍ଟର ବାହାନା ଦେଖାଇ ରସିଦ କିମ୍ବା ବହି ନ ଦେଇ ନେଟ ନାହିଁ , ଉପର ଅଫିସର ଆସିଛନ୍ତି , ବ୍ୟସ୍ତ ହୁଏନା ଟଙ୍କା କିଏ ନେଇ ଯାଉଛି କହି ହିତାଧିକାରୀଙ୍କୁ କିଛି ଦେଇ ନଥାନ୍ତି । ଏହି ପରି କିଛି ଦିନ ଚାଲିବା ପରେ ଜମାକାରୀଙ୍କ ସନ୍ଦେହ ବଢି ଚାଲିଲା । ସେ ବାରମ୍ବା ପୋଷ୍ଟ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିଲେ । ଏହି ସମୟରେ ପୋଷ୍ଟମାଷ୍ଟର ମଲ୍ଲିକଙ୍କ ପ୍ରମୋସନ ଟ୍ରାନସଫର ହେବାର ଜଣାପଡ଼ିଥିଲା । ସେ ଶୁକ୍ରବାର ଲିଲିଫ ହେବାର ଜାଣି ତାଙ୍କୁ ଜମାକାରୀ ମାନେ ଘେରାଇ ଥିଲେ । ଫଳରେ ସେ ଟଙ୍କାର କିଛି ଉତ୍ତର ଦେଇ ପାର ନଥିଲେ । ଜମା କାରୀ ମାନେ ଉପରିସ୍ଥ ଅଫିସର ସୋର ପୋଷ୍ଟାଲ ଇନସପେକ୍ଟର କାର୍ତ୍ତିକ ଚନ୍ଦ୍ର ଦାଶଙ୍କୁ ଖବର ଦେଇ ଥିଲେ । ଶ୍ରୀ ଦାଶ ଆସି ପାଶ ବହି ରେ ମାସ ମାସ ଟଙ୍କା ଜମା ହୋଇ ନଥିବା ଦେଖି ହତବାକ ହୋଇ ଯାଇଥିଲେ । ପରେ ଜମାକରୀ ଶ୍ରୀ ଦାଶଙ୍କୁ ଟଙ୍କାର ରସିଦ ଦିଅ କହିଥିଲେ । କିନ୍ତୁ ଶ୍ରୀଦାଶ ଏହାର ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ଏହା ଜାଣି ପାରି ଜମାକାରୀ ମାନେ ସମସ୍ତଙ୍କୁ ଅଟକ ରଖି ଥିଲେ । ଏହି ସମୟରେ ପୋଷ୍ଟ ମାଷ୍ଟର ଶ୍ରୀ ମଲ୍ଲିକ କୌଶଳ କ୍ରମେ ଖସି ଯାଇଥିଲେ । ତେବେ ଜମାକାରୀ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିବାର ଜଣାପଡ଼ିଛି । ଏହା ପରେ ଜମାକାରୀ ବାଲେଶ୍ୱର ମୁଖ୍ୟ ପୋଷ୍ଟ ଅଫିସର ମୁଖ୍ୟ ଡାକ ଅଧିକାରୀଙ୍କୁ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.