Home ଜିଲ୍ଲା ପରିକ୍ରମା ଦୁଇ ବାଇକ ଧକ୍କା , ୧ମୃତ ୨ଗୁରୁତର

ଦୁଇ ବାଇକ ଧକ୍କା , ୧ମୃତ ୨ଗୁରୁତର

34

ବାହାନଗା,୧୧ା୧୨( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାହାନଗା ଠାରେ ଦୁଇ ବାଇ ଧକ୍କା ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨ଜଣ ଗୁରୁତର ହୋଇ ଥିବାର ଜଣାପଡ଼ଛି । ସୂଚନା ଅନୁସାରେ ରାମପୁର ଅଞ୍ଚଳର ଉମାକାନ୍ତ ବେହେରା (୩୫)ଓ ତାଙ୍କ ସ୍ତ୍ରୀ ଙ୍କ ସହ ଏକ ବାଇକରେ ତୁଡ଼ିଗଡ଼ିଆ ଅଞ୍ଚଳ ବନ୍ଧୁ ଘରକୁ ଯାଉଥିଲେ । ବାହାନଗା ଛକ ଅନତି ଦୁରରେ ରବିନ୍ଦ୍ର ଦାସ ଓ ଅଶ୍ୱନୀ ମହାଳିକ ଏକ ବାଇକରେ ଦୃତ ଗତିରେ ଆସି ଉମାକାନ୍ତଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଗାଡ଼ିରେ ଥିବା ଆରୋହୀ ଓ ଗାଡ଼ି ରାସ୍ତାରେ ଛିଟିକି ପଡ଼ି ଥିଲେ । ଗୁରୁତର ଅବସ୍ଥା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ହସପିଟାଲକୁ ପଠାଇ ଥିଲେ । ସେଠାରେ ଡାକ୍ତର ରବିନ୍ଦ୍ରଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସୋର ପୋଲିସ ସେଠାରେ ପହଞ୍ଚି ଶବ ଜବଦ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଏକ ଅପମୃତ୍ୟ ମାମଲା ରୁଜୁ କରିଥିବାର ଜଣାପଡ଼ିଛି । ଉମାକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସଦର ହସପିଟାଲକୁ ପଠାଇ ଦିଆ ଯାଇଥିବାର ଜଣାପଡ଼ିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.