Home ଜିଲ୍ଲା ପରିକ୍ରମା ପୋଲାଭରମ୍ ଆନ୍ଦୋଳନ ପୁଣି ତେଜିଲା,ପ୍ରକଳ୍ପ କୁ ବିରୋଧକରି ମୋଟୁ ଠାରେ ଏକତ୍ରୀତ ହେଲେ ପାପ ସଂଗଠନ...

ପୋଲାଭରମ୍ ଆନ୍ଦୋଳନ ପୁଣି ତେଜିଲା,ପ୍ରକଳ୍ପ କୁ ବିରୋଧକରି ମୋଟୁ ଠାରେ ଏକତ୍ରୀତ ହେଲେ ପାପ ସଂଗଠନ ଓ କ୍ଷତିଗସ୍ତ ଗ୍ରାମବାସୀ

95

ମାଲକାନଗିରି,୨୧ା୯ (ଓଡିଆ ପୁଅ ) କିଛିଦିନ ନିରବତା ପରେ ପୁଣି ତେଜିଉଠିଛି ପୋଲାଭରମ ବିବାଦ । ଆନ୍ଦ୍ରସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ନେଇ ଗତ କିଛିବର୍ଷହେଲା କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତା ମନ୍ତ୍ରୀ ଓ ଜନତା ଙ୍କ ମଧ୍ୟରେ ଯୋରଦାର ଆନ୍ଦୋଳନ ତେଜିଥିଲା । କରୋନା କଟକଣା ପାଇଁ କିଛିଦିନ ନିରବତା ପରେ ପୁଣି ପୋଲାଭରମ୍ ଝଡ ନେତା ଓ ଜନତା ଙ୍କ ମଧ୍ୟରେ ଦେଖା ଦେଇଛି । ଆନ୍ଦ୍ରସରକାରଙ୍କ ପୋଲଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲା ମୋଟୁ ମୁରଲିଗୁଡା ଗ୍ରାମଠାରେ ପିପୁଲ୍ସ ଏଗନେଷ୍ଟ ପୋଲାଭରମ ପ୍ରୋଜେକ୍ଟ(ପାପ) ମଚଂ ଓ କ୍ଷତିଗସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଆନ୍ଦୋଳନ ଅରମ୍ଭ କରିଦେଇଛନ୍ତି । ଏହି ଆନ୍ଦୋଳନରେ ପାପ ସଗଠନର ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଘନଶ୍ୟାମମାଡକାମି,ସଂପାଦକ ଭଦ୍ର ଦରୁଆ,ମୁକୁନ୍ଦପଡିଆମି, ମୋଟୁ ଅଚଂଳର ଆଦିବାସୀ ନେତା ଦାରା ଲିଙ୍ଗା, ସୋଡି ମୁରଲି,ସୋଡି ମୁରଲି, ଭିମା ମାଡକାମି, କାଟାମ ଜଗା,ପୁଲି ବିରୟା, ଏସ ସାତି ରାଜୁ ପ୍ରମୁଖ ଙ୍କ ସହିତ ମାଲକାନଗିରି, ଛତିଶଗଡ, ଆନ୍ଦ୍ର ପ୍ରଦେଶ,ତେଲାଙ୍ଗନା ରାଜ୍ୟର ଆଦିବାସୀ ନେତା ଓ ଜନତା ସୋଭା ଯାତ୍ରାରେ ମୁରଲିଗୁଡା ଗ୍ରାମ ପରିକ୍ରମା କରି ପୋଲଭରମ ପ୍ରକଳ୍ପ ବିରୋଧରେ ଏକ ସଭାକରିଥିଲେ । ୧୯୪୧ ମସିହାରେ ପ୍ରସ୍ତାବିତ ବିବାଦୀୟ ବହୁମୁଖି ଇନ୍ଦିରା ସାଗର ପୋଲଭରମ ପ୍ରକଳ୍ପ ବିଧିବଧଭାବେ ସମସ୍ ନିତି ନିୟମକୁ ଉଲଘଂନକରି ୨୦୦୪ ମସିହାରେ ଆନ୍ଦ୍ର ସରକାର କାର୍ଯ୍ୟଆରମ୍ଭ କରିଥିବା ବେଳେ ଦୀର୍ଘଦିନ ଧରି ଏହାକୁ ଓଡିଶାରାଜ୍ୟ ସରକାର ଓ ପୋଲଭରମ ବିରୋଧି ମଚଂ ବିରୋଧ କରିଆସୁଛି । ଆନ୍ଦ୍ରପ୍ରଦେଶ ସରକାରଙ୍କ ଏହି ପୋଲାଭରମ ପ୍ରକଳ୍ପରେ ଛତିଶଗଡ,ଓଡିଶା,ତେଲାଙ୍ଗାନା ରାଜ୍ୟ ସହିତ ଆନ୍ଦ୍ରପ୍ରଦେଶର କିଛି ଅଚଂଳ ଜଳମଗ୍ନହେବା ସହିତ ଅନେକ ଗ୍ରାମଜଳରେ ଲିନ ଯିବାର ବହୁତ ସମ୍ଭାବନା ରହିଛି । ବିଶେଷ କରି ଓଡିଶାର ମାଲକାନଗିରି ଜିଲ୍ଲା ମୋଟୁତହସିଲ ଅଂଚଳର ପ୍ରାୟ ୩୦ହଜାରରୁ ଉର୍ଦ୍ଦ ଆଦିବାସୀ ଭିଟାମାଟି,ଜମିବାଡି ହରାଇ ବାସଚ୍ୟୁତ ହୋଇ ବିପଦ ମୁହଁକୁ ଟାଣିହୋଇ ଯିବେ । ଏହିପ୍ରକଳ୍ପ ଦ୍ୱାରା ଅନେକ ମୁଲ୍ୟବାନ ଜମି,ଜଙ୍ଗଲ ଜଳରେ ବୁଡିଯିବ । ରାଜ୍ୟସରକାର ଓ ମାଲକାନଗିରି ଜିଲ୍ଲାବାସୀଙ୍କପାଇଁ ଏକ ସଂଙ୍କଟମୟ ପରିସ୍ଥିତି ସୃଷ୍ଟିହୋଇ ଯିବ । ମାଲକାନଗିରି ଜିଲ୍ଲାର ଆଦିବାସୀ ଭିଟା ମାଟି କେବଳ ହରାଇବେ ନାହିଁ ଭାଷା,କଳାସଂସ୍କୃତି ମଧ୍ୟଲୋପ ପାଇଯିବାର ଆଶଙ୍କା ରହିଛି, ଏହିପ୍ରକଳ୍ପ ଦ୍ୱାରା ଓଡିଶା ,ତେଲେଙ୍ଗାନା.ଛତିଶଗଡ ରାଜ୍ୟର ୩୦୭ଟି ଗାଁ ଆନ୍ଦ୍ରପ୍ରଦେଶ ହାତକୁ ଚାଲି ଯିବା ଦ୍ୱାରା ସେମାନଙ୍କୁ ପ୍ରକଳ୍ପ ନିର୍ମାଣକରିବାପାଇଁ ବହୁତ ସୁବିଧା ହୋଇ ଯାଇଛି ।,ମାଲକାନଗିରି ଜିଲ୍ଲା ପଡିଆବ୍ଲକ ର ବିନାୟକପୁର,ପେଟା, ବାରିବାଛାଂ,ମୁରଲିଗୁଡା, ପୋଲୁର, କମଳାପୁରମ,କଟାଂଗୁଡା, ତାଡିମେଟଲା,ଆଲମା,କୁଟନପାଲି, ନିଳାକୋଟା,ପୁଶୁଗୁଡା ପ୍ରଭୁତି ୨୭ଟିଗ୍ରାମ ସହିତ ଓଡିଶାର ଦ୍ୱିତୀୟ କନ୍ୟାକୁମାରୀ କୁହା ଯାଉଥିବା ସାବେରୀ ସିଲେରୁ ଓ ଚିନାଗୋଦାବରୀ ତ୍ରୀନଦୀର ସଙ୍ଗମସ୍ଥଳ ମୁଗି ପଏଟଂ,ମୋଟୁ ତହସିଲ,ମଧୂସୁଦନପାର୍କ, ମୋଟୁଗାଁ, , ଥାନା,ବିଏସଏଫ କ୍ୟାମ୍ପ,ଜଗନ୍ନାଥମନ୍ଦିର ,ପଚାଂୟତଅଫିସ ସହିତ ହଜାର ହଜାର ହେକ୍ଟର ଚାଷ ଓ ଜଙ୍ଗଲ ଜମି ପୋଲାଭରମ୍ ପ୍ରକଳ୍ପ ଜଳଭଣ୍ଡାର ମଧ୍ୟରେ ଲିନ ହୋଇ ଯିବ, ମାଲକାନଗିରି ଜିଲ୍ଲାର ସାବେରୀ ଓ ସିଲେରୁ ନଦୀ କୂଳରେ ଥିବା ଗ୍ରାମଗୁଡିକ ଜଳମଗ୍ନ ହେବାସହ ଅନେକ ଜଙ୍ଗଲ ନଷ୍ଟ ହେବ,ବିଶେଷକରି ମୋଟୁ ତହସିଲ ପଡିଆବ୍ଲକ ର ମୋଟୁ, ବିନାୟକପୁର, ପେଟା,ଆଲମା, ମୁରଲିଗୁଡା, ଗୋରସପାଲି, ପୁସୁଗୁଡା, କାଦାଗୁଡା, ବାରିବାଛାଂ,ସିମିଳିବାଛାଂ ଅନେକ ଗ୍ରାମ ନିଶ୍ଚିନ୍ନ ହୋଇ ଯିବ,୬୯୫୦ହେକ୍ଟର ଜମିଜଳ ମଗ୍ନ ହେବାସହ ୪୮୨୬ଜଣ ଆଦିବାସୀ ବିସ୍ଥାପିତ ହୋଇ ନିଜର ଘରବାଡି ଜମି ହରାଇବେ ବୋଲି ଜଣାପଡିଛି । ସୁଚନା ଯୋଗ୍ୟ ଯେ ଗତ ୧୯୮୬ ଓ ୨୦୦୬,୨୦୧୯,୨୦୨୦ ମସିହା ବନ୍ୟାରେ ମାଲକାନଗିରି ଜିଲ୍ଲାର ପଡିଆ,କାଲିମେଳା, କୋରକୁଣ୍ଡା,ମାଥିଲି, ମାଲକାନଗିରି ବ୍ଲକର ପ୍ରାୟ୧୩୦ ଟି ରୁ ଉର୍ଦ୍ଦଗ୍ରାମ ଗୋଦାବରି ନଦୀର ପଛୁଆ ଜଳ ପ୍ରଭାବିତ ହୋଇ ସାବେରୀ, ସିଲେରୁ ନଦୀରେ ବନ୍ୟାପରିସ୍ଥିତି ସୃଷ୍ଟିହୋଇ ବହୁ କ୍ଷୟ କ୍ଷତି ଘଟାଇଥିଲା । ଏହି ପୋଲାଭରମ ପ୍ରକଳ୍ପ ସମ୍ପୁଣ୍ଣ ର୍ ହଲେ ମୋଟୁ,ପଡିଆ,କାଲିମେଳା ଅଚଂଳ ବନ୍ୟାଜଳରେ ଲିନହେବାର ବୁହତ ସମ୍ଭାବନାରହିଛି । ଆନ୍ଦ୍ରସରକାରଙ୍କ ଏହି ପ୍ରକଳ୍ପ ନିର୍ମାଣ କୁ ବନ୍ଦ କରା ନଗଲେ ଆଗାମି ଦିନରେ ଓଡିଶା, ଛତିଶଗଡ, ତେଲାଙ୍ଗନା ରାଜ୍ୟର କ୍ଷତି ଗସ୍ତ ଗ୍ରାମବାସୀ ମାନେ ଆନ୍ଦୋଳନ କରିବେ ବୋଲି ଆନ୍ଦ୍ରସରକାରଙ୍କୁ ଚେତାବନି ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.