Home ଜିଲ୍ଲା ପରିକ୍ରମା ବନ୍ଧୁତା ସ୍ଥାପନ କରି ସୁନା ଚେନ ଲୁଟ, ଅଭିଯୁକ୍ତ ଗିରଫ

ବନ୍ଧୁତା ସ୍ଥାପନ କରି ସୁନା ଚେନ ଲୁଟ, ଅଭିଯୁକ୍ତ ଗିରଫ

31

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମେ ବନ୍ଧୁତା ସ୍ଥାପନ କରି ପରେ ତାହାର ସୁଯୋଗ ନେଇ ଜଣେ ଯୁବକଙ୍କ ଠାରୁ ସୁନା ଚେନ ଲୁଟ କରିବା ଅଭିଯୋଗରେ ଆଜି ଧୂଷୁରୀ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ପ୍ରକାଶ ଥାଉକି ଧାମନଗର ବ୍ଲକ ଅର୍ଜୁନପୁର ଗ୍ରାମର ଦିଲ୍ଲୀପ ନାୟକ ଗତକାଲି ଭଦ୍ରକରୁ ମିର୍ଗାହାଟକୂଳ ଦେଇ ନିଜ ଗ୍ରାମକୁ ଆସୁଥିଲେ । ମିର୍ଗାହାଟକୂଳ ଛକରେ ଦିଲ୍ଲୀପ କିଛି ସମୟ ପାଇଁ ଅଟକି ସେଠାରେ ପାନ ଓ ଥଣ୍ଡା ପିଇଥିଲେ । ସେଠାରେ ଉପସ୍ଥିତ ଥିବା ମିର୍ଗାହାଟକୂଳର ଗ୍ରାମର ଗଦାଧର ମଳିକଙ୍କ ପୁଅ ଦିପକ ମଳିକ ଦିଲ୍ଲୀପଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିଥିଲେ । ପରେ ଦିଲ୍ଲୀପଙ୍କ ବାଇକରେ ବସି ନିଜ ଘର ପାଖରେ ଛାଡିଦେବାକୁ ତାଙ୍କୁ କହିଥିଲେ । କିଛି ସମୟ ପରେ ଦିଲ୍ଲୀପ ଓ ଦିପକ ଗୋଟିଏ ବାଇକରେ ଆସି ମିର୍ଗାହାଟକୂଳ-ଭଟ୍ଟସାହି ରାସ୍ତାରେ ଅଟକି କଥାବାର୍ତା ହେଉଥିବା ଅବସ୍ଥାରେ ଦିପକ ଦିଲ୍ଲୀପଙ୍କ ବେକରୁ ସୁନା ଚେନ ଓ ମୋବାଇଲ ଫୋନ ଛଡାଇ ନେଇ ବିଲ ଦେଇ ଦୌଡି ଫେରାର ହୋଇଯାଇଥିଲେ । ଏସମ୍ପର୍କରେ ଦିଲ୍ଲୀପ ଧୂଷୁରୀ ଥାନାରେ ଅଭିଯୋଗ କରିବା ପରେ ଥାନା ଏସଆଇ ମହାପ୍ରସାଦ ନାୟକ ଓ ଏଏସଆଇ ଧ୍ରୁତରାଷ୍ଟ ମଲିକ ତଦନ୍ତ କରିବା ସହିତ ଦିପକକୁ ଗିରଫ କରିବା ସହିତ ଲୁଟ କରିଥିବା ସୁନାଚେନ ଓ ମୋବାଇଲ ଫୋନକୁ ମଧ୍ୟ ଜବତ କରିଛି । ଏନେଇ ଥାନାରେ କେଶ ନଂ-୪୩/୨୧ରେ ଏକ ମାମଲା ରୁଜୁ କରାଯାଇ ଆଜି ସଂପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.