Home ଜିଲ୍ଲା ପରିକ୍ରମା ପୁରୀ ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନେଇ ରାଜ୍ୟ ସରକାର ୭ କୋଟି ୧୭ ଲକ୍ଷ...

ପୁରୀ ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନେଇ ରାଜ୍ୟ ସରକାର ୭ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ

38

ପୁରୀ ୨୦ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟ ନେଇ ରାଜ୍ୟ ସରକାର ୭ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁକ୍ତା ଯୋଜନା ରେ ଏହି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟତଃ ପୁରୀ ସହରରେ ଥିବା ବିଭିନ୍ନ ୱାର୍ଡ ରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡା ଉଦ୍ୟାନ, ଚାଲିବା ରାସ୍ତା, ଜଳାଶୟ, ଖେଳ ପଡିଆ, ଶୌଚାଳୟ, ରାସ୍ତା କଡ଼ ବିକ୍ରୟ ସ୍ଥଳୀ ଏହି ବିଭିନ୍ନ ୨୦୫ ଟି ପ୍ରକଳ୍ପ ପାଇଁ ୭ କୋଟି ୧୭ ଲକ୍ଷ ଟଙ୍କା ଅନୁଦାନ ଆସଛି। ମୁଖ୍ୟତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ କରିବେ। ଫଳରେ ପ୍ରକଳ୍ପ ରୁ କିଛି ଲାଭାଂଶ ପାଇ ମହିଳା ସୋୟଂ ସହାୟକ ଗୋଷ୍ଠୀ ମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ। ଏହା ଛଡା ମୁକ୍ତା ଯୋଜନାରେ ବିଭିନ୍ନ ୱାର୍ଡର ଉନ୍ନୟନ ମୂଳକ କାର୍ଯ୍ୟ ହେଲେ ପୁରୀ ସହରାଞ୍ଚଳର ମଧ୍ୟ ଭିତ୍ତିଭୂମି ବିକାଶ ହୋଇ ପାରିବ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହର ର ଉନ୍ନତି ଓ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ ପାଇଁ ଅନୁଦାନ ଦେଇ ଥିବା ହେତୁ ପୁରୀର ପୁର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହେଶ୍ୱର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମୁଖ୍ୟମନ୍ତ୍ରୀ ପଦକ୍ଷେପକୁ ଧନ୍ୟବାଦ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.